ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ନାରୀ ସଶକ୍ତିକରଣ - ସୁଶ୍ରୀ ପ୍ରମିଳା ସିଂ , କଟକ

ନାରୀକୁ ଦିଅ ସମ୍ମାନ
 ନାରୀ ଜାତିକୁ ଦିଅ ସମ୍ମାନ
ଖରାପ ନଜର ରଖି ଦିଅ ନାହିଁ ଅପମାନ
ପର ନାରୀ ମାଆ,ଭଉଣୀ,ଭାଉଜକୁ ଭାବ ନିଜର
ନାରୀକୁ ଭାବି ଦୁର୍ବଳ କରନି ଅତ୍ୟାଚାର
ନାରୀ ହେଉଛି ଖୁସିର ଉପହାର
ଯେଉଁ ଘରେ ନାରୀ ନିଏ ଜନମ ଚମକି ଉଠେ ସଦା ସେହିଘର 
ନାରୀ ସେ ଘରକୁ କରେ ସୁନ୍ଦର
ସଭିଙ୍କୁ କରି ସୁବ୍ୟବହାର
ନାରୀ ଈଶ୍ୱରଙ୍କ ସୃଷ୍ଟିର ବରଦାନ
ନାରୀର ଏହି ସୃଷ୍ଟି ରକ୍ଷା ପାଇଁ ରହିଛି ଅବଦାନ
 ଗର୍ଭ ଧାରଣ କରି ଦଶମାସ ଦଶଦିନ ନୂଆ ମଣିଷକୁ ଦିଏ ଜୀବଦାନ
ସେଥିପାଇଁ ନାରୀ ମହାନ
ନାରୀ ଜାତିର ରଖିବ ମାନ
ନାରୀମାନଙ୍କୁ ହୃଦୟରୁ ଦିଅ ସମ୍ମାନ

ଲେଖିକା- ସୁଶ୍ରୀ ପ୍ରମିଳା ସିଂ
ଛତିଆ,ମାହାଙ୍ଗା,କଟକ

No comments: