ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ନାରୀ ସଶକ୍ତିକରଣ - ଦେବାଶିଷ ସାହୁ , କଟକ

ନାରୀସଶକ୍ତିକରଣ                                                                                                                                 
ନାରୀ ସଶକ୍ତିକରଣ ପାଇଁ ସମ୍ବିଧାନ ପ୍ରଣୟନ ହୋଇଛି,
କାଯ୍ୟକାରିତା କାହିଁ ଆଖିଅଢୁଆଳରେ ଲୁଚି ଅଛି?   ।
ନାରି ଅବଳା ଦୁର୍ବଳା ନିର୍ବାଶିତା ନୁହେଁ ବୋଲି ସବୁ କୁହନ୍ତି,
ନାରୀ ନିଯ୍ୟାତନା ଆଖିରେ ଦେଖି ଅନ୍ଧ କାହିଁ ହୁଅନ୍ତି ? ।
ନାରୀ ହିଁ ତ୍ରିମୂତ୍ତି କନ୍ୟା ଭଗିନୀ ଅଦ୍ଧାଙ୍ଗିନି ସବୁ ଜାଣିଛନ୍ତି,
ସେ ନାରୀଦେବୀ କୁ ନିନ୍ଦାଅପମାନ କାହିଁ କରନ୍ତି ? ।
ଧର୍ମ ଶାସ୍ତ୍ର ଜ୍ଞାନେ ନାରୀର ମହତ୍ତ୍ବ ସମସ୍ତେ ବୁଝିଛନ୍ତି,
ନାରୀ ଙ୍କୁ ଧର୍ଷଣ ସମୟେ ଧର୍ମ କର୍ମ କାହିଁ ଭୂଲନ୍ତି ?।
ନାରୀ ହିଁ ସୃଷ୍ଟି ସ୍ଥିତି ସହାଂରିଣୀ ବୋଲି ସେ ବନ୍ଦିତା,
ସେ ପୂଜିତ ହେଲେ ବିପଦ କାହିଁ ଆସନ୍ତା ? ।
ଖାଲି କଥାରେ କହିଲେ ନାରୀସଶକ୍ତି ହବନି,
କାଯ୍ୟକିରି ହେଲେ ନାରି ହେବ ଉନ୍ନତି ।

ଦେବାଶିଷ ସାହୁ
କଟକ

No comments: