ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ନାରୀ ସଶକ୍ତିକରଣ - ଅଂଶୁମାନ ସ୍ୱାଇଁ , କେନ୍ଦୁଝର

       ନାରୀ ସଶକ୍ତିକରଣ
-------------//////////--------------
ସିଏ ତ ଜନନୀ ସିଏ  ତ ଭଗିନୀ
       ସବୁ କର୍ମେ ସିଏ ଲିପ୍ତ
ତାଙ୍କରି କର୍ମକୁ ସନମାନ ଦେଇ
     ସଭିଏଁ ତ ହେବା ମିତ ।(୦)

ସବୁ କ୍ଷେତ୍ରେ ଆଗ ନାରୀ ତ ଆମରି
        ମାତୃଭୂମି ଆମ ସିଏ
ତାଙ୍କରି ଶ୍ରଦ୍ଧାରେ ସଭିଏଁ ଆଧାର
       କରୁଣା ଭଣ୍ଡାର ସିଏ ।(୧)
       
ସିଏ ତ ଚଉରା ସିଏ ତ  ସଳିତା
        ସିଏତ  ଉଚ୍ଚ ଶିକ୍ଷିତା
ସିଏ ତ ଜନନୀ ସିଏ ତ ସଶକ୍ତି
    ଦୁଃଖ, ସୁଖେ ସିଏ ବନ୍ଧା  ।(୨)

ଆଜି ,କାଲି ନାରୀ ସବୁରି ଗୁଣରେ
        ଧରୁଛନ୍ତି ଗୃହ ମଙ୍ଗ
ତାଙ୍କ ପାଇଁ ଆମ ରାଜ୍ୟ  ପ୍ରଶାସନ  
    ଦେଖାଇଲେ  ନୂଆ ଦିଗ ।(୩)

ଘରଠୁ ବାହାର ସବୁଠି ନଜର
      ଆମରି ଚଳନ୍ତି ଦେବୀ
ତାଙ୍କ ପାଇଁ ଆଜି ସୁନାର ଭାରତ
     ରହିଛି ଛାତିରେ ଛାପି ।(୪)

ସଶକ୍ତିକରଣ     ସଦା ରହୁ ଥାଉ
          ସିଏତ ଲକ୍ଷ୍ମୀବାୟୀ
ତାଙ୍କରି ଚରଣେ କୋଟି ମୋ ନମସ୍ୟ
                  ସିଏତ ମଙ୍ଗଳମୟୀ  ।(୫)
         
ଅଂଶୁମାନ ସ୍ୱାଇଁ , ସରମଙ୍ଗା ,ସଡଙ୍ଗ,କେନ୍ଦୁଝର-୮୨୪୯୦୩୯୧୫୬

No comments: