ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ନାରୀ ସଶକ୍ତିକରଣ - ଶୁଭ୍ରାଂଶୁ ଭୂଷଣ ମେହେର , ବଲାଙ୍ଗିର

    ନାରୀ ସଶକ୍ତି କରଣ 
ନାରୀ ନାମେ ଜାୟା ନାରୀ ରୂପେ ଭଗ୍ନୀ 
ନାରୀ ରୂପେ ମାଆ ହୋଇ 
ମମତା ପରଶ ବାଣ୍ଟି ଦେଇଯାଏ 
କେବେ ଦୁର୍ଗା ରୂପ ସେହି 
ନାରୀର ଶକତି ସାମର୍ଥ୍ୟ କୁ ପୂଣି 
ପୁରୁଷ ପାରେନା ଜାଣି 
ଚିର ନମସ୍ୟ ଟି ନାରୀ ଯୁଗେ ଯୁଗେ 
ବାସଲ୍ୟ ର ତରଙ୍ଗିଣୀ 
ସକଳ ଶକତି ନାରୀ ହୃଦେ ସ୍ଥିତି 
ନାରୀ ନୁଁହେଟି ଅବଳା 
ତାର ସମ୍ମାନରେ କଳଙ୍କ ଦିଅନି 
କର ନାହିଁ ଅବହେଳା 
ସୃଷ୍ଟି ର ମଙ୍ଗଳ ଯେବେ କର ବାଞ୍ଛା 
କରନି ତାକୁ ଅନ୍ତର 
ନାରୀ ବିନା କାହିଁ ମଣିଷର ଶକ୍ତି 
ସଶକ୍ତି ନାରୀକୁ କର
 
 ଶୁଭ୍ରାଂଶୁ ଭୂଷଣ ମେହେର 
ମୋ /ପୋ -ସାଲେପାଲି 
ଭାୟା -ଜରାସିଂହା 
ଜିଲ୍ଲା -ବଲାଙ୍ଗିର 

No comments: