କୃଷକ
ଶୁଣ ସାଧୁଜନେ ଭାଇ,ଭଉଣୀ ମୋର
ଗୋଟି,,ଗୋଟି କରି ଗାଉଛି କୃଷକ ଭାଇର ଗାନ !!
ସମଗ୍ର ବିଶ୍ବର ଅନ୍ନଦାତା ମୁଁହିଁ
ସଭିଏ କୁହନ୍ତି ମତେ କୃଷକ ଭାଇ !!
ଖିଆ,,ପିଆ ମୁଁ ସବୁ ଭୁଲିଯାଏ
କ୍ଷେତରେ ଚାଷ ମୋ ଆରମ୍ଭ ହୋଇଯାଏ !!
ମୋ ପାଇଁ ନାହିଁ ଖରା ବରଷା
ଏ ମାଟି ମୋ ପାଇଁ ଜୀବନ ଦାତା !!
ଦୁଇ ବଳଦ ମୋ ଦୁଇ ଭାଇ
ସାଥେ ଲଙ୍ଗଳ କୁ କାନ୍ଧେ ଜୁଆଳି !!
୧୨ ମାସରେ ନାନା ପ୍ରକାର
ଧାନ ବୁଣେ କୃଷକ ଭାଇ ମୁଁ ତୁମର !!
ଘରୁ ବାହାରେ ମୁଁ କୁଆ ରାବରୁ
ଫେରି ଆସେ ମୁଁ କୋଇଲିର ଶେଷ ଡାକରୁ !!
ମୁଣ୍ଡ ଝାଳ ମୋ ତୁଣ୍ଡରେ ମାରି
ଧାନ ବିହନ ବୁଣେ ମୁଁ ପହରି,,ପହରି !!
ମହି ଦିଏ ମୁଁ ଚହଳ,,ଚହଳ
ମାଟି ସହିତ ମାଟି ହେଇ ଦିଏ ମୁଁ ଜୀବନ ଦାନ !!
ଟିକି,,ଟିକି ଚାରା ସବୁଜ ରଙ୍ଗର
ମନ ମୋର ଶାନ୍ତ ପାଏ ଦେଖି ବାରମ୍ବାର !!
ସମୟ ଆସିଯାଏ ଧାନ ଚାରାରୁ ଘାସ ବାଛିବାର
ଟିକିଏ ହେଳା ନ କରି ହୁଏ ମୁଁ ଚଳ ଚଞ୍ଚଳ !!
ଦିନ ପରେ ରାତି,,ରାତି ପରେ ଦିନ ଚାଲିଯାଏ ମୋର
ଏମିତି ଲାଗିଯାଏ ଅତି କମରେ ୯୦ ଦିନ !!
ହଳଦୀ ରଙ୍ଗ ଧାନ କ୍ଷେତରେ ମୋର
ଖେଳିଯାଏ ବାସ୍ନା ମାଆ ଲକ୍ଷ୍ମୀ ଠାକୁରାଣୀଙ୍କର !!
ଧାନ କଟା ମୋର ପ୍ରଥମ ପାହାଚର
ଭାଇ,ବନ୍ଧୁ ସଖା ସୃଜନ ସହିତ ମନ ହୁଏ ଉଲ୍ଲାସିତ !!
ବେଳ ବୁଡ଼ୁ ବୁଡ଼ୁ ଯିବାର ଯେ ଅଛି
ଶିଘ୍ର ଶିଘ୍ର ହାତ ଚଳେ ଦାଆ,ଦାଉଲି ରେ ସମସ୍ତଙ୍କର !!
ତୋ କୃପା ଏମିତି ମୋ ଉପରେ ଥାଉ
ଏ ସମଗ୍ର ବିଶ୍ବରେ ଅନ୍ନ ବ୍ୟଞ୍ଜନ ରେ ପରିପୂର୍ଣ୍ଣ ହେଉ !!
ବିଦାୟ ନେଉଛି ମାଁ ମାଟି ଅଗଣାରୁ
ସୁନା ରୂପା ମୋତି ମାଣିକ ତୁ ଭରିଦେଲୁ !!
ପରିସମାପ୍ତିର ଅନ୍ତରାଳେ ମାଟି ମାଁ ପାଦ ତଳେ
ଶେଷ ପ୍ରଣାମ ଗ୍ରହଣ କର ମାଟି ମାଁ ମୋର !!
ସବୁବେଳ ଏମିତି ହସୁଥାଅ ମୋ କୃଷକ ଭାଇ
ମାଆ ଲକ୍ଷ୍ମୀ କୃପା ଲାଗିରୋହୁ ତୁମରି ଉପରେ !!
ଦୂରେ ଥାଇ କରୁଛି କୋଟି କୋଟି ପ୍ରଣାମ
ମାଟି ମାଁ ସହିତ କୃଷକ ଭାଇ ମୋର !!
ସଭିଏଁ ଆମେ ଶପଥ ନେବା
କୃଷକ ଭାଇ ମାନଙ୍କୁ ମାନ,,ସମ୍ମାନ ଦେବା !!
ଲଲାଟ କେଶରୀ ବଳସାମନ୍ତ
(ଓଡି଼ଶା,,ଯାଜପୁର,,୭୫୪୨୦୫)
ମୋ:-8458025456
No comments:
Post a Comment