"କୃଷକ"
ମୁଣ୍ଡ ଝାଳ ତୁଣ୍ଡରେ ମାରି
କରେ କଠିନ କାମ
ମାଟି ସଙ୍ଗେ ମାଟି ହୁଏ
କୃଷକ ତାହାର ନାମ।
ରାତି ନପାହୁଣୁ ସୁନ୍ଦରା ଆଗରୁ
ବାହାରିଯାଏ ସେ କ୍ଷେତକୁ
ଭୋକ ଶୋଷ ଭୁଲି ପରିଶ୍ରମ କରେ
ଡରେ ନାହିଁ ଦୁଃର୍ବିପାକକୁ।
ନିଜ ପରିବାର ଚିନ୍ତା ନାହିଁ ତାର
ସାରା ଦୁନିଆ ତା ପରିବାର।
ସେ ତ ଜାଣିଛି ଚାଷ ନକରିଲେ
ଦେଶ ମୁଖେ କିଏ ଦେବ ଆହାର।
ବିନା ଦ୍ଵିଧାରେ ବିନା ସ୍ଵାର୍ଥରେ
କର୍ମ କରେ ଏକ ଲୟରେ
କୃଷକ ଭାଇଙ୍କୁ କୋଟି ପ୍ରଣାମ
ମଥା ନଇଁ ଯାଉ ତାଙ୍କ ପୟରେ।
ଅଶୋକ କୁମାର ସ୍ଵାଇଁ
ଗ୍ରାମ-ବାଲି ପାଟଣା
ଗ୍ରା.ପ-ବଳଭଦ୍ର ପୁର
ଜିଲ୍ଲା-କେନ୍ଦ୍ରାପଡା
ପିନ୍-754217
ମୋବାଇଲ ନଂ -9668580334
No comments:
Post a Comment