ରାକ୍ଷୀ
-------
ରାକ୍ଷୀ ଗୋ ତୁମେ ବନ୍ଧନର ପର୍ବ ଆମ ଏ ଭାରତ ବର୍ଷେ
ଭାଇ ଭଉଣୀର ମମତା ବନ୍ଧନେ ସେନେହ ଶେଫଳୀ ହସେ ।।
ଝରା ଶ୍ରାବଣରେ ଭିଜା ସରାଗରେ ଏ ଦେଶ ଭଉଣୀ ଭାଇ ହସନ୍ତି ଆନନ୍ଦେ ଜୀବନ ଗୀତିରେ କୃଷି ଜୀବିକାକୁ ନେଇ ।।
ମେଘମାଳା ସବୁ ସ୍ୱାଗତ କରନ୍ତି କରିଣ ପୁଷ୍ପ ବର୍ଷଣ
ହଳାୟୂଧ ବଳଦେବ ପୂଜାପାନ୍ତି ଜନମ ତିଥି ପାଳନ ।।
ମା ମାଟି ପ୍ରୀତି ମାନବ ସମ୍ବଳେ ଗୋରୁଗାଈଙ୍କ ସମ୍ପର୍କ
ଏହି ଦିନଟିର ପରମ ବୈଶିଷ୍ଟ ମାନବ ପ୍ରାଣୀ ସୁସଙ୍ଗ ।।
ତ୍ୟାଗ ପ୍ରେମ ଆଉ କର୍ତ୍ତବ୍ୟ ଦାୟିତ୍ୱେ ସଂକଳ୍ପର ରକ୍ଷାସୂତ୍ର
ସୁରକ୍ଷା ବଳୟେ ସର୍ବ ନିରାପଦ ସହଯୋଗ ପର୍ବଭେଦ ।।
ରାକ୍ଷୀ ବାନ୍ଧି ଦେଇ ଭଉଣୀ ସର୍ବଦା ଭାଇର ଶୁଭମନାସେ ଭାଇ ହୋଇଥାଏ ରକ୍ଷାକବଚଟେ ଗେହ୍ଲେଇ ଭଉଣୀପାଶେ ।।
ମାତା ଲଷ୍ମୀ ବଳୀ ହାତେ ବାନ୍ଧିଥିଲେ ପ୍ରେମରେ ରକ୍ଷା କବଚ
ଦେବତା ଦାନବ ମାନବ ସଦଭାବେ ଜଗତର ହୁଏ ହିତ ।।
ଦ୍ୱାପର ଯୁଗରେ ଦ୍ରୌପଦୀ ବାନ୍ଧିଲେ କୃଷ୍ଣଙ୍କ ହାତରେରାକ୍ଷୀ
କୋଟି ବସ୍ତ୍ରଦେଇ ମହତ୍ ରଖିଲେ ସମୟ ରହିଛି ସାକ୍ଷୀ ।।
ବରଷା ବାନ୍ଧିଲେ ଇନ୍ଦ୍ରଦେବ ହସ୍ତେ ସପ୍ତବର୍ଣ୍ଣାଳୀର ରାକ୍ଷୀ
ଚନ୍ଦ୍ରମାମୁଁ ହାତେ ରାକ୍ଷୀବାନ୍ଧି ଥାନ୍ତି ମୋମାଆ ବସୁନ୍ଧରୀ ।।
ଇତିହାସ ବକ୍ଷେ ରାକ୍ଷୀର ରୋଷଣୀ କରିଛି ପ୍ରୀତିସଂଯୋଗ ରାକ୍ଷୀର ମହତ୍ ବୁଝିବା ସରବେ ସଂସ୍କୃତିର ସଉରଭ ।।
ସାଗର କୁମାର ପରିଡା
ବଡମ୍ବା,କଟକ
No comments:
Post a Comment