ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ରାଜେଶ କର୍ଣ୍ଣ , ସୁବର୍ଣ୍ଣପୁର

           ରାକ୍ଷୀ
ଭାଇ ଭଉଣୀ ସମ୍ପର୍କର ସିଏ ସାକ୍ଷୀ ll

ଭାଇ ହାତେ ରାକ୍ଷୀ ବାନ୍ଧେ ଭଉଣୀ
ବୟସ କାମନା କରେ ତା ପାଇଁ ll

ଭାଇର କର୍ତବ୍ୟ ବଢ଼ି ତ ଯାଏ
ଭଉଣୀ ସୁରକ୍ଷା ପାଇଁ ସେ ଜାଗୃତ ଥାଏ ll

ରକ୍ଷା ବନ୍ଧନ ନାମ ତାହାର
ଏତ ଭାରତ ସଂସ୍କୃତି ଅଟେ ଆମର ll

କେତେ ପବିତ୍ର ଏ ବନ୍ଧନ ସତେ
ସମ୍ପର୍କର ମାନେ ବୁଝାଏ ମୋତେ ll

ଭାଗ୍ୟରେ ଥିଲେ ତ ଭଉଣୀ ମିଳେ
ଖୁସିରେ ତାହାର ଘର ଯେ ଖେଳେ ll
ଝଗଡା ତା ସାଥେ ହୁଏ ତ କେତେ
ଆଜି ଦୂରେ ଥାଇ ମନେ ପଡେ ସେ ମୋତେ ll

ଆଖିରୁ ଆଜି ମୋ ଝରେ ତ ଲୁହ
ଦିଶେ ମୋତେ ତାର ଫୁଲେଇ ମୁହଁ ll
ବଡ଼ ଚଣ୍ଡୀ ସିଏ, ବଡ଼ ଫୁଲେଇ
ହେଲେ ତା  ବିନା ଅପୂର୍ଣ୍ଣ ଅଟେ ଏ ଭାଇ ll

ଯଦି ଆଜି ନ ବାନ୍ଧି ପାରିଲା ରାଖୀ ମୋ ହାତେ
ତଥାପି ସଦା ରହିବି ମୁଁ ତାହାରି ସାଥେ ll
ଯେତେଦିନ ଦେହେ ଥିବ ନିଶ୍ୱାସ
ବନି କି ରହିବି ତାରା ସାହାସ ll

ରାଜେଶ କର୍ଣ୍ଣ , ଅସୁରଗଡ଼
  ସୁବର୍ଣ୍ଣପୁର ମୋବାଇଲ -789415635

No comments: