** ରାକ୍ଷୀ **
ରାକ୍ଷୀ ଆସିଛି କେତେ ଆଶାନେଇ
ଆଜି ଆସିଛି
ରକ୍ଷାର ଶପଥ ଘେନିଣ ରାକ୍ଷୀ
ଆଜି ଆସିଛି ।
ଭାଇ ଭଉଣୀ କେତେ ନବନବ
ବସନ ପିନ୍ଧି
ଭାଇହାତେ ସରାଗେ ଭଉଣୀ
ରାକ୍ଷୀ ଦିଏ ବାନ୍ଧି । 1 ।
ନୁହଇ ଖାଲି ଭାଇଭଉଣୀର ରକ୍ଷାବନ୍ଧନ
ଭାଇଭାଇ ହୃଦ ମଧ୍ୟେ ସତରେ
ପ୍ରୀତିଚନ୍ଦନ ।
ଶାସ୍ତ୍ରରେ ରାକ୍ଷୀ ମହିମା କେତେ ହୋଇଛି ବର୍ଣ୍ଣିତ
ସଭିଙ୍କପାଇଁ ସତରେ ରାକ୍ଷୀଯେ
କେଡେ ମହତ । 2 ।
ଅସୁରରାଜ ବଳି ପ୍ରଭୁଙ୍କ ବଡ଼
ଭକ୍ତବୋଲି
ବୈକୁଣ୍ଠ ତେଜିପ୍ରଭୁ ବଳିଘର
ଅଇଲେ ଚଳି ।
ବୈକୁଣ୍ଠରେ ଏକାହୋଇ ଲକ୍ଷ୍ମୀ
କଣକରିବି ବୋଇଲେ
ବ୍ରାମହଣୀ ବେଶେ ଆସି
ବଳିକୁ ରାକ୍ଷୀ ବାନ୍ଧିଲେ । 3 ।
ଶିଶୁପାଳବଧବେଳେ
କଟିଲାକୃଷ୍ଣ ଅଙ୍ଗୁଳି ।
ପିନ୍ଧାବସନୁ ଖଣ୍ଡେ ଚିରି
ବାନ୍ଧିଲେ ପାଞ୍ଚାଳି
କୋଟିବସ୍ତ୍ରଦେଇ ମାନରକ୍ଷା କଲେ
ବନମାଳୀ । 4 ।
ପ୍ରଭୁବଳଦେବଙ୍କର ଅଟଇ ଜନମ ଦିନ
ଚିକିଟା ମାଟିରେ ବିଶୋଇ ମୂର୍ତି
କରେ ନିର୍ମାଣ ।
ବିଶୋଇଠାରୁ ପୁଷ୍ପାଳକ ରାକ୍ଷୀ
ଥାଆନ୍ତି ରଖି
ସୁଭଦ୍ରାପକ୍ଷରୁ ଜଗାବଳିଆ
ପିନ୍ଧନ୍ତି ରାକ୍ଷୀ । 5 ।
ଗୋମାତା ପୂଜା ପାଆନ୍ତି
ଖୁସି ଚାଷୀଙ୍କର ମନ
କାମଧେନୁ ପରିଗାଈ
କରନ୍ତି ହିତ ସାଧନ ।
କୃଷିନିମନ୍ତେ ଗୋରୁସତେ ଅଟନ୍ତି
ଉପକାରୀ
କୃଷକଗୋରୁଙ୍କ ଶିଙ୍ଗରେ
ବାନ୍ଧିଥାଆନ୍ତି ଡୋରି । 6 ।
ଚିତୋରରାଣୀ କର୍ଣ୍ଣାବତୀ
ସ୍ୱାମୀ ଥିଲେ ହରାଇ
ବାହାଦୂରଶାହା ସୈନ୍ୟ
ରୋକି ନ ପାରିବେ କେହି ।
କର୍ଣ୍ଣାବତୀଠାରୁ ହୁମାୟୁନ
ରାକ୍ଷୀ ଥିଲେପାଇ
ଚିତୋର ରକ୍ଷାପାଇଁ ସୈନ୍ୟ
ନେଇଥିଲେ ଫେରାଇ । 7 ।
ଆଲେକଜାଣ୍ଡର ପୁରୁଙ୍କ ମଧ୍ୟେ
ଯେବେ ହେଲା ରଣ
ଗ୍ରୀକବୀର ପରାଜୟକୁ
କରିଥିଲେ ବରଣ
ତାଙ୍କ ସହଧର୍ମିଣୀ ରାକ୍ଷୀଏକ
କଲେ ପ୍ରେରଣ
ଭଉଣୀରୂପେ ତାଙ୍କୁ ପୁରୁ
କରିଥିଲେ ଗ୍ରହଣ । 8 ।
ଏହିପରି କେତେସୁନ୍ଦର କଥା
ଅଛି ଶାସ୍ତ୍ରରେ
ଭ୍ରାତୃଭାବ ପାଇଁ ଭାରତ
ପରିଚିତ ବିଶ୍ବରେ ।
ନିଜପର ଭାବ ଛାଡଭାଇ
ଏହି ସଂସାରରେ । 9 ।
ଆସହେ ଆଜି ଆମେ ଦେଶପାଇଁ
ରାକ୍ଷୀ ବାନ୍ଧିବା
ରାଗ ରୋଷ,ମାନ ଅପମାନକୁ
ଭୁଲିତ ଯିବା ।
ଜୀବନେ କାହାଆଖିରୁ ନଝରୁ
ଟୋପାଏ ଲୁହ
କାହାରି ମନରେ ନଉଠୁ କେବେ
ଟିକିଏ କୋହ । 10 ।
ଡ଼. ଅବନୀ କାନ୍ତ ସାହୁ
ବରଗଡ ,ଦେଉଳି
No comments:
Post a Comment