ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ରଶ୍ମିତା ନାୟକ

        ------ ରାକ୍ଷୀ ------

ରାକ୍ଷୀ ନୁେହଁ ସେତ ରକ୍ଷା ବନ୍ଧନ
ସବୁ ଭଉଣୀ ଙ୍କ ରଖିବ ମାନ।
ସୁଖ ଦୁଃଖ ବେଳେ ସାଥେ ରହିବା
ଭାଇର ଦାୟିତ୍ୱ ତୁଲାଉଥିବା।
ଆସୁ ପଛେ ଯେତେ ଝଡତୋଫାନ
ଭଉଣୀର ଆମେ ରଖିବା ମାନ।
ସବୁ କଷ୍ଟକୁ ଆମେ ସହି ତ ଯିବା
ଭଉଣୀ ମୁହଁ ରେ ହସ ଫୁଟାଇବା।
ସବୁ ଭାଇ ଙ୍କ ୁ ମୋର ରହିଲା ରାଣ
ରକ୍ଷା କରିବା ପାଇଁ କରନ୍ତୁ ପଣ।
ଭଉଣୀ ଖୁସୀରେ ଭାଇ ତ ଖୁସୀ
ସେ ଖୁସୀ ଠାରୁ ବଳି ନାହିଁ ଆଉ ତ କିଛି।
ଚାଲ ଆମେ ସବୁ ମିଶି ଶପଥ ନେବା
ନିଜ ଭଉଣୀ ସହିତ ଅନ୍ୟ ଭଉଣୀ କୁ ସୁରକ୍ଷା ଦେବା।
      
ରଶ୍ମିତା ନାୟକ
କେଶରପୁର ନାରପଡା
ଫୋ-୬୩୭୧୯୩୨୬୩୨

No comments: