ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ନଳିନୀ ପ୍ରଭାମିଶ୍ର , ଗଞ୍ଜାମ

             ------- ରାକ୍ଷୀ ------

ବରଷକେ ଥରେ ଆସିଥିଲେ ସୁଦ୍ଧା
       ଆଜି ଏରାକ୍ଷୀ
ପୂର୍ବ ବର୍ଷ  ଭଳି ମାଦକତା ରଙ୍ଗ
    ପାରିନି ମାଖି।
ଗୃହ ବନ୍ଦୀ ସବୁ କଟକଣା ମ ଧ୍ୟେ
       ଜୀବନ ଗତି
ସଙ୍କୁଚିତ ହୁଏ ମାନବୀୟ ଧାରା
      ନିସ୍ତବ୍ଧ ମତି।
ଦୋକାନ ବଜାର ଖୋଲା ହୁଏ ନାହିଁ
  ମାନ୍ଦା ଜୀବିକା
କରୋନା ଦେଇଛି ସମସ୍ତଙ୍କ ମନେ
    ଶକ୍ତ ଧକ୍କା।
ଡାକମୁଣି ଏବେ ହେଉ ନାହିଁ ଆଉ
     ରାକ୍ଷୀ ରେ ପୂର୍ଣ୍ଣ
ନିଅ ତୁମେ ରାକ୍ଷୀ ଡାକବାଲା ରାକ୍ଷୀ
    ହୋଇଛି ଶୂନ୍ୟ।
କାହା ଭାଇ ମୃତ କରୋନା ସଂକ୍ରମେ
     ଯୁଦ୍ଧେ କା ଭାଇ
ସୀମାନ୍ତରେ ଲଢି ହୋଇଛି ଶହୀଦ
   ଦେଶର ପାଇଁ।
କେତେ କେତେ ଭାଇ ଭଉଣୀ ଙ୍କ
    ମୃତ୍ୟୁ ଖବର ଶୁଣି
ଫାଟିଯାଏ ହିଆ ସବୁ ସୁଖ ଆଜି
  ହେଉଛି ପାଣି।
ପାରମ୍ପରିକ ଏ ବୈଧିକ ପର୍ବ
   ଭୂଲିବା ନାହିଁ
ଦୁଃଖ ର ଭିତରେ ଖୁସିକୁ ପାଳିବା
  ଭ ଉଣୀ ଭାଇ।
ଚାଇନା ରାକ୍ଷୀକୁ କରିବା ବର୍ଜନ
   ତିଆରି ଘରେ
ସ୍ଵଳପ ମୂଲ୍ୟ ର ରାକ୍ଷୀ ବାନ୍ଧିଦେବା
    ନିରାଡ଼ମ୍ବରେ।
ଏରାକ୍ଷୀ ଅଟ ଇ ଆମଭାରତର
    ରକ୍ଷା କବଚ
ସମ୍ପର୍କ ସାକ୍ଷୀ ଏ ପାଶେ ହୀରା ନୀଳା
    ହୁଅଇ ତୁଚ୍ଛ।
ଯୁବଶକ୍ତିକୁ କରେ ଉଜ୍ଜୀବିତ
      ସାହସ ଭରେ
ଯୁଗ ଯୁଗ ର ଏପବିତ୍ର ବନ୍ଧ ନ
    ସେନେହ ଡୋରେ।
ଭଉଣୀ କାମନେ ଭାଇଟିର ପାଇଁ
    ଦୀର୍ଘ ଆୟୁଷ
ମଣିଷ ଟେ ପରି ମଣିଷ ହୋଇ ସେ
    ରଖିବ ଯଶ।
ଭାଇ ହିଁ ହୁଅଇ ଭଗିନୀ ଜୀବନେ
  ଭରସା ଚିର
ଯେତେ ବାଧାବିଘ୍ନ ଆସିଲେ ଜୀବନେ
   ନଥାଏ ଡର।
ରାକ୍ଷୀ ମଧ୍ୟେ ଥିବା ସମ୍ପର୍କର
     ଭାବ ସୀମିତ ନୁହେଁ
ବ୍ୟାପୃତ ସେ ଭାବ ବିଶ୍ବ ଏକତାର
    କଥାକୁ କହେ।
ଭେଦ ଭାବ ଭୂଲି କରିବା ପାଳନ
     ନିରାଡ଼ମ୍ବରେ
କରିବା କାମନା କରୋନା ମୁକ୍ତ
    ହେଉ ମହୀରେ।

କୋଭିଡ ଯୋଦ୍ଧା ଭାଇ ଭଉଣୀ ଙ୍କ
    ମଙ୍ଗଳ କାମ୍ୟ
ରାକ୍ଷୀ ଅବସରେ କାଳିଆ ଆଶୀଷେ
   ହସୁ ଉତ୍କଳ ଧାମ।


ନଳିନୀ ପ୍ରଭାମିଶ୍ର
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ
ମୋ-୯୭୭୭୮୮୭୯୪୨

No comments: