** ରାକ୍ଷୀ **
ରାକ୍ଷୀରେ ରାକ୍ଷୀ ...(୩ ଥର )
ସଭିଁଙ୍କ ମନ ବାନ୍ଧେ ଯେ ରଖି
ଭାଇ ଭାଉଣୀର ଅତୁଟ ବନ୍ଧନ
ରହିଛି ରହିଥିବ ପ୍ରତିଦିନ। ।୧।।
ରେଶମୀ ସୂତାର ସ୍ନେହର ରାକ୍ଷୀ
ଭାଇଭଉଣୀଙ୍କୁ ବାନ୍ଧିଥାଏ ରଖି । ।୨।।
ରାକ୍ଷୀରେ ରାକ୍ଷୀ .....
ଭଉଣୀ ଯେବେ ରାକ୍ଷୀ ବାନ୍ଧେ ଭାଇ ହାତରେ
ରକ୍ଷା କବଚର ଭାର ଭାଇ ବହେ କାନ୍ଧରେ। ।୩।।
ସ୍ନେହ ଭଲ ପାଇବାରେ ଭାଇ ଭଉଣୀକୁ ରଖେ
ରହିଥାଏ ଛାଇ ପ୍ରାୟେ ଭଉଣୀର ପାଖେ ।।୪॥
ରାକ୍ଷୀ ରେ ରାକ୍ଷୀ ....
ସମ୍ପର୍କର ଡୋରି ଏତ ରକ୍ଷା ବନ୍ଧନ
ଭାଇଭଉଣୀମାନଙ୍କ ହୃତସ୍ପନ୍ଦନ ॥୫॥
ସମ୍ପର୍କର ରଜ୍ଜୁ ଛିନ୍ନ ହୁଏ ଯେବେ
ରକ୍ଷାବନ୍ଧନର ମାନ ତୁଟଇ ତେବେ ॥୬॥
ରାକ୍ଷୀ ରେ ରାକ୍ଷୀ ...
ଭାଇ ଭଉଣୀକୁ ଦିଏ ସ୍ନେହ ସରାଗ
ଭଉଣୀ କରେନି କେବେ ତା ପାଖେ ରାଗ ॥୭॥
ଭଉଣୀ ଝରାଏ ଯେବେ ଲୁହର ଧାର
ଭାଇ କଳହୁ ଓହରି ମାନଇ ହାର ॥୮॥
ରାକ୍ଷୀରେ ରାକ୍ଷୀ ...
କିଛି ଭଉଣୀ ଭାଇକୁ ବାନ୍ଧନ୍ତି ରାକ୍ଷୀ
ଉପହାର ଉପରେ ନଜର ରଖି ॥ ୯॥
କିନ୍ତୁ ରାକ୍ଷୀ ଜାଣ ଏକ ସମ୍ପର୍କର ଡୋରି
ଜୀଇଁଥିବା ଯାଏଁ କେହି ପାରିବେନି ମାରି ॥୧୦॥
ରାକ୍ଷୀରେ ରାକ୍ଷୀ ....
ନାମ : ଶୁଭସ୍ମିତା ମହାନ୍ତ
ଦଶମ ଶ୍ରେଣୀ ଛାତ୍ରୀ
ଠିକଣା : କେମ୍ପସଡା, କେନ୍ଦୁଝର
ପିନ୍ ନଂ - ୭୫୮୦୧୩
No comments:
Post a Comment