** ରାକ୍ଷୀ **
ରାକ୍ଷୀ ନୁହଁଇ କେବଳ
ଦୁଇଟି ଅକ୍ଷର ,
ବନ୍ଧନ ଏ ଅଟଇ ଯେ
ସ୍ନେହ ମମତାର।।
ରାକ୍ଷୀ ବାନ୍ଧଇ ଭଉଣୀ
ତା ଭାଇ ହାତେ,
ହେବ ବୋଲି ଭାଇ ସାହା
ବିପଦେ ମୋତେ ।।
ପୁଣ୍ୟ ବନ୍ଧନ ଏ ରାକ୍ଷୀ
ଥାଉ ଯେ ସବୁରି ,
ଜନ୍ମ ଜନ୍ମାନ୍ତର ପାଇଁ ସମ୍ପର୍କ
ରହୁ ପ୍ରଭୁ ଏପରି ।।
ରାକ୍ଷୀ ପାଇବାର ନଥାଏ
ସଭିଙ୍କ ଭାଗ୍ୟରେ,
ଭଉଣୀ ଦେଇ ନଥାଏ
ବିଧାତା ସତରେ ।।
କାହା ନାହିଁ ଭାଇ ପୁଣି
କାହା ନାହିଁ ଭଉଣୀ ,
ତାଙ୍କର ହୃଦୟ ବେଦନା
କେ ପାରୁଛି ଜାଣି ।।
କେ ବାନ୍ଧିବ ରାକ୍ଷୀ ମୋତେ
ନାହିଁ ମୋ ଭଉଣୀ ,
ଏତେ ଦୁଃଖ ଦିଅ କାହିଁ
ପ୍ରଭୁ ଜାଣି ଜାଣି ।।
ଭାଇ ର କର୍ତ୍ତବ୍ୟ ପାରୁନି
ମୁଁ ଆଜି କରି ,
ଆର ଜନମ ରେ ଝିଅ ଜନମ
ଦିଅ ଏତିକି ଗୁହାରି ।।
କେ କରି ପାରିବ ଆନ
ଭାଗ୍ୟ ର ଲେଖାକୁ ,
ପ୍ରଭୁ ଙ୍କ କୃପାରୁ ରକ୍ଷା ବନ୍ଧନ
ଖୁସି ଦେଉ ସଭିଙ୍କୁ ।।
କର ନାହିଁ ଦୁଃଖ ମୋ
ଭଉଣୀ ନାହିଁ ବୋଲି ,
କେତେ ଭଉଣୀ ଅନାଇ ବସିଛି
ବାନ୍ଧିବ ତୋ ହାତେ ରାକ୍ଷୀ କାଲି।।
ଭାଇ ର କର୍ତ୍ତବ୍ୟ କରିଚାଲ
ସଂସାର କୁ ଭଉଣୀ ଭାବି ,
କେତେ ଭଉଣୀ ପିନ୍ଧାଇବେ ରାକ୍ଷୀ
ପାରିବନି ତୁମେ ଭାବି ।।
ପବିତ୍ର ବେହେରା
ବକ୍ସି ବଜାର
ବାଟଗାଁ
ନାକଟିଦେଉଳ
ରେଢ଼ାଖୋଲ
ସମ୍ବଲପୁର
ଓଡ଼ିଶା
ଇ-ମେଲ :- pabitrabehera588@gmail.com
ମୋ:- ୯୧୭୮୮୧୮୬୩୫
No comments:
Post a Comment