ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ଉମାକାନ୍ତ ଦଳାଇ , ଖୋର୍ଦ୍ଧା

           * ରାକ୍ଷୀ *

•••••••••••••••••••••••••••

ରକ୍ଷା କରିବାକୁ ରାକ୍ଷୀର ଡୋର,
କହିଛି ପୁରାଣ ଥରକୁ ଥର l

କୃଷ୍ଣା ଆଉ କୃଷ୍ଣ ଅଛନ୍ତି ସାକ୍ଷୀ,
ସେଇଠୁ ଆରମ୍ଭ ଏ ଦିବ୍ୟ ରାକ୍ଷୀ l

ରକ୍ଷା କରିବାକୁ ଭଗିନୀ ମାନ,
ସାରଥୀ ସାଜିଲେ ମଧୁସୂଦନ l

ଭାରତ ପୁରାଣେ ଅଛି ବର୍ଣ୍ଣନ,
ମଥା ନତ କଲେ ଅନ୍ଧ ନନ୍ଦନ l

ଭଗ୍ନୀ ଅପମାନେ ଦୁଷ୍ଟ ରାବଣ,
ରାମ ଘରଣୀକୁ କଲା ହରଣ l

ରହିଛି ଏମନ୍ତ ଦୃଷ୍ଟାନ୍ତ କେତେ,
ଆମେ କି' ବୁଝୁଛେ କହିଲେ ଯେତେ !

ନିଜ ଭଉଣୀଠୁ ବାନ୍ଧିଣ ରାକ୍ଷୀ,
ପର ଭଉଣୀକୁ ଚାହୁଁ ନିରେଖି l

ନିଜ ଭଉଣୀକୁ କରୁ ଆକଟ,
ପର ଭଉଣୀର ଇଜ୍ଜତ ନଷ୍ଟ l

ପୋଖରୀ ତୁଠ ବା ନଈର ଘାଟ,
ପର କଥା ନେଇ ବସାନ୍ତି ହାଟ l

ମୁଖ୍ୟ ଚର୍ଚ୍ଚା ଥିବ ପର ଭଉଣୀ,
କାହା ସହ ବୁଲେ କି' କରେ ପୁଣି !

ଆଉ ଯାହା ଅଛି କହୁନି ଖୋଲି,
ବାଧିଯିବ ଭାଇ ମାନଙ୍କୁ ବୋଲି l

ଏହା କ'ଣ ସେହି ରକ୍ଷା ବନ୍ଧନ,
ଯାହା ପାଇଁ ଜାତି ଚିର ବନ୍ଦନ !

ସବୁ ଭଉଣୀଙ୍କୁ ମୋ ନିବେଦନ,
ଭାଇଙ୍କୁ ମାଗିବେ ଟିକେ ସମ୍ମାନ l

ଯେମିତି ତୁମକୁ ମଣନ୍ତି ରତ୍ନ,
ଅନ୍ୟ ପାଇଁ ସେତେ ହେବେ ପ୍ରଯତ୍ନ l

ତେବେ ବଢିବ ଏ ରାକ୍ଷୀର ମାନ
ଦୁନିଆଁ କହିବ ମହା ବନ୍ଧନ l

ଏଇ ରାକ୍ଷୀ ହେବ ସଭିଙ୍କ ସାକ୍ଷୀ,
ସବୁ  ଭଉଣୀଏ ହୋଇବେ ସୁଖୀ l

✍🏻 ଉମାକାନ୍ତ ଦଳାଇ
*ଭୂଷଣ୍ଡପୁର* , ଖୋର୍ଦ୍ଧା
ଭ୍ରାମ୍ୟଭାଷ : 7735068090

No comments: