``ରାକ୍ଷୀ ``
ରାକ୍ଷୀ ନାମଧରି ସାକ୍ଷି କରିଅଛି
ରଖିବ ବୋଲି ମୋ ମାନ
ଭାଇ ମୋର ରାଣ ନ କହିବୁ ଟାଣ
ପବିତ୍ର ରାକ୍ଷୀ ବନ୍ଧନ।।
ଶ୍ରାବଣ ପୂଣ୍ଣିମା ଅତୀବ ସୁଷମା
ରୋହିଣୀ ନନ୍ଦନ ଦିନ
ଅନନ୍ତଅପାର ଶ୍ରେଷ୍ଠ ହଳଧର
ଖ୍ୟାତି ଦଶଦିଶ ପୂଣ୍ର୍ଣ।।
ଦ୍ବାପର ଯୁଗରେ କୋଟିବସ୍ତ୍ର ଛଳେ
କୃଷ୍ଣ କରିଥିଲେ ଦାନ
ସେଦିନୁ ଦ୍ରୈାପଦୀ ଜଗତେ ପ୍ରସିଦ୍ଧି
ରକ୍ଷାବନ୍ଧନ କାରଣ।।
କଣଣାବତୀ ରାଣୀ ସ୍ନେହ ପାଗଳିନୀ
ରକ୍ଷାକବଚକୁ ଧରି
ଏକତା ସୂତ୍ରରେ ରାଜ୍ୟ ରକ୍ଷା ଲାଗି
ରଚିଲେ ରାକ୍ଷୀର ସୂରୀ।।
ବିଷ୍ଣୁ ରସାତଳ ହେବାରୁ ବିକଳ
ବ୍ୟଥାା ଭରି କମଳିନୀ
ବଳୀଭ୍ରାତା ଜାଣି ରଖିଲେ ଭଉଣୀ
ଫଟାଇ ଦେଲେ ମେଦିନୀ।।
ସତ୍ସପାତାଳରୁ ସ୍କନ୍ଧରେ ବସାଇ
ଶ୍ରୀହରି ଆସିଲେ ହସି
ଲକ୍ଷ୍ମୀ ଠାକୁରାଣୀ ହୋଇ ଆନନ୍ଦିତ
ରକ୍ଷା ବନ୍ଧନ ପ୍ରଶଂସି।।
ଭାଇ ଭଉଣୀର କାହାଣୀ ଏ ସାର
ନାହିଁ` ତାର ପଟାନ୍ତର
ସ୍ନେହ ତ୍ୟାଗ ପୂତ ଏ ବିଶ୍ବ ଉଦିତ
ସାମ୍ୟ ସଦଭାବନାର।।
ପବିତ୍ର ବନ୍ଧନ ପବିତ୍ର ସଂପର୍କ
ଛୁଇଁ କହେ ରାକ୍ଷୀ ତୋର
ଦୁଃଖରେ ସୁଖରେ
ଛାଇ ପରିଥିବୁ
ଏହି ସୁଖ ଗାରିମାର।।
ଦେବଦତ୍ତ ପ୍ରଧାନ
ଗ୍ରାମ ରଘୁରାଜପୁର,ଚନ୍ଦନପୁର।ପୁରୀ
No comments:
Post a Comment