ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ମନୋଜ କୁମାର ପଟ୍ଟନାୟକ , ଗଞ୍ଜାମ

         **** ରାକ୍ଷୀ ****

ସଂସ୍କୃତି ଭରାଏ ପବିତ୍ର ଦିବସ
ସଂସ୍କୃତି ରହିଛି ଭରି
ରାକ୍ଷୀପୂର୍ଣ୍ଣିମା ନାମେ ବିଖ୍ୟାତ
ସମ୍ପ୍ରକଟି ରାକ୍ଷୀ ଡୋରି

ବହୁ ପରବ ଠୁ ରକ୍ଷୀ ପୂର୍ଣ୍ଣିମା ଟି
ଲଗାଇ ଭାରି ନିଆରା
ଗାଁ ଠୁ ସହର ଦୋକାନ ବାଜାରେ
ପଡ଼ିଥାଏ ରକ୍ଷୀ ପସରା

ଗମ୍ମା ଖେଳ ଖେଳି ମହା ଅନନ୍ଦରେ
ଘରକୁ ଫେରିବେ ତହିଁ
ବାର ମାସେ ତେର ପରବ ରହିଛି
ଏଇ ମୋ ଭାରତ ଭୂଇଁ

ସଂସ୍କୃତି ଭାରାଏ ରାକ୍ଷୀ ପୂର୍ଣ୍ଣିମା ରେ
ପ୍ରତିଘରେ ପୀଠ ଖିରି
ଝିଅ ମାନେ ଫୁଲ ଚନ୍ଦନ ଆଣିକି
ଭାଇକୁ ବାନ୍ଧନ୍ତି ଡୋରି

ଭାଇ ପଛେ ଯେତେ ଦୁରେ ରାହିଥାଉ
ଭଉଣୀ ଭାଇକୁ ଖୋଜେ
ଭାଇକୁ ନ ପାଇ ମୁଁହ ଫୁଲାଇକି
ଘର ବାରଣ୍ଡାରେ ବସେ

ଭାଇକୁ ପାଇଲେ ଫୁଲେଇକି କୁହେ
କଥାହେବିନି ତୋ ସାଥେ
କେଉଁ ଆଡେ ଆଜି ଚାଲି ଯାଇଥିଲୁ
ଭୁଲି ଯାଇ ଥିଲୁ ମୋତେ

ଗେଲ୍ଲେଇ ଭଉଣୀ ଭାଈହାତେ ଯେବେ
ବାନ୍ଧିଦିଏ ସୁନା ରାକ୍ଷୀ
ଭାଇର ମନଟି ଭାରି ଉଚ୍ଛାହିତ
ରାକ୍ଷୀ ଟିକୁ ଦେଖି ଦେଖି

ଭାଇ ର ହାତରେ ରାକ୍ଷୀ ଟିଏ ବାନ୍ଧି
ହୋଇଥାଏ ତାର ସାକ୍ଷୀ
ପାଣି ଭିତରେବି ଲୁହଟୋପାଟିକୁ
ଚିହ୍ନି ଦିଏ ଦୁଇ ଆଖି

ରାକ୍ଷୀ ପୂର୍ଣିମା ର ଅନ୍ୟ ଏକ ନାମ
ଗମ୍ମା ପୂର୍ଣିମା ଅଟଇ
ପିଲା ଠାରୁ ବୁଢ଼ା ଆଜିର ଦିନରେ
ମଉଜ କରିବେ ଯାଇ

ରାକ୍ଷୀ ପର୍ଣ୍ଣିମାରେ ସବୁ ଭାଇ ଭଉଣୀ ଙ୍କୁ
କରୁଛି ଭାଇ ମୁଁ ପ୍ରଣାମ
ସମ୍ପ୍ରକ ତୁମର ନିବିଡ଼ ଥାଉ
କରୁଛି ଏଠୁ ସଲାମ୍

ନାମ:- ମନୋଜ କୁମାର ପଟ୍ଟନାୟକ
ଗ୍ରାମ:- ରାଳବ
ବ୍ଲକ:- ହିଞ୍ଜିଳିକାଟୁ
ଜିଲ୍ଲା:- ଗଞ୍ଜାମ
ପିନ୍:- ୭୬୧୧୦୨

No comments: