*ରାକ୍ଷୀ*
ରେଶମୀ ସୂତାରେ ବନ୍ଧା ଦୁଇଟି ଯେ ଡୋର
ନିଚ୍ଛକ ପ୍ରତୀକ ପୁଣି ଭାଇ ଭଉଣୀ ର ।
କେଡେ ଭାଗ୍ୟବାନ ସତେ ସେହି ଭାଇଟିଏ
ଯାହା ହାତେ ସ୍ନେହର ୟେ ରାକ୍ଷୀ ବନ୍ଧା ହୁଏ।
ଜୀବନ ଯୁଦ୍ଧରେ ଭାଇ ଢାଲ ହେବା ପାଇଁ
ଭଉଣୀ ଏ କାମନାରେ ରାକ୍ଷୀ ଯେ ବାନ୍ଧଇ।
ମୂଲ୍ୟବୋଧ ଗଲାଣି ଯେ ବଦଳି ଏ ଯୁଗେ
ସମ୍ମାନର ଭିକ୍ଷା ଆଜି ଭଉଣୀ ଟେ ମାଗେ ।
ଦଶନ୍ଧି ର କାହିଁ କେତେ ପୃଷ୍ଠା ଯେ ଗଲାଣି
ରାକ୍ଷୀର ପାଉଣା ତାକୁ ଏବେ ବି ମିଳିନି ।
ପୋଷାକ, ଗହଣା ଆଦି କେତେ ଉପହାର
ସବୁ ପାଇ ଭଉଣୀ ଟେ ଆଜି ତିରସ୍କାର ।
ପରିବର୍ତ୍ତନ ଯେ ଲୋଡା ଆଜିର ସମାଜେ
ପ୍ରତିଟି ଭଉଣୀ ଆଜି ସ୍ଵାଧୀନତା ଖୋଜେ ।
ଉପହାର ବଦଳରେ ଏହି ମୋର ଆଶା
ଭଉଣୀ ର ସନମାନ ପାଆନ୍ତୁ ସହସା ।
ରାକ୍ଷୀ ସହ ଚେତନା ର ପକାଅ ଯେ ଗଣ୍ଠି
ତେବେ ହେବ ଭଉଣୀର ସୁରକ୍ଷା ସବୁଠି ।
ପ୍ରହଲ୍ଲାଦ ବେହେରା
ନୂଆଗାଁ,
ବାଲିପାଟଣା, ଖୋର୍ଦ୍ଧା(୭୫୨୧୦୨)
ଫୋନ୍ ନଂ - ୯୩୪୮୩୨୯୭୮୯
No comments:
Post a Comment