-: କୃଷକ :-
--------------------
ଏଈ ଭାରତର ପବିତ୍ର ଦେଶରେ କୃଷକ ଜନ୍ମନେଇଛି, ଯାହାରି ପାଇଁକି ଆଜି ଏ ଭାରତ ଗର୍ବରେ ମୁଣ୍ଡ ଟେକିଛି......(୦) ।
ମୁଣ୍ଡର ଝାଳକୁ ତୁଣ୍ଡରେ ମାଡି ମାଟି ଉପରେ ସେ ଖଟୁଛି, ଟାଣ ଖରା ଆଉ ହାଡ ଭଙ୍ଗା ଶିତ ନିଜେ ସେ ସହିନେଉଛି.....(୧) ।
ଶ୍ରାବଣ ମାସର ଝରି ବର୍ଷା ରେ ଧାନ ଚାଷ ବିଲରେ ଯେ କରେ, କାଦୁଅ ପଙ୍କରେ ବୋଲି ହୋଈସେତ ଦୁଖଃ ସୁଖ ଭୁଲିଯାଏ.....(୨) ।
ମୁଢି ମୁଠେ ଖାଇ ପଖାଳ ଭାତକୁ ଉପର ଉଲି କୁ ଖାଏ, ପୋଡପିଠା ଧରି ନିତି କୃଷକ ଧାନ ଫସଳ ର ଗିତ ଗାଏ....(୩) ।
ହେଉ ଯେ ସଫଳ ହେଉ ମୋ ଫସଳ ବୋଲି ପୂଜାଚର୍ନା କରେ, କେତେ କଷ୍ଟରେ ନିଜ ଫସଲ କୁ ହାତରେ ତିଆରି କରେ.....(୪) ।
ଫସଳ ଅମଳ କରି ଚାଉଳକୁ ବଜାର ରେ ନେଇ ବିକେ, ସେଥୀରେ ଧନି ଲୋକ ପୁଣି ତାକୁ ଠକିକରି ନେଇଯାଏ....(୫) ।
ଧନି ବୁଝିବ କି କୃଷକ ର କଥା କିପରି ଚାଉଳ ହେଉଛି , ସେହି କୃଷକ ନଥିଲେ ରେ ଭାଇ ଦୁନିଆ ନ ରହିବ ଏଠି....(୬) ।
ଧନ୍ୟ ମାତୃଭୂମି ଧନ୍ୟ ମୋ କୃଷକ ତୁମକୁ କର ମୋ ଯୋଡୁଛି, ତୁମରି ପାଇଁକି ଆଜିଏ ଜଗତେ ଦୁନିଆଁ
ସବୁଠି ହସୁଛି....(୭)
*************************
- ନିବାଶ ନାୟକ
ଗ୍ରାମ :- ଗିରାସିଙ୍ଗା
ଜିଲ୍ଲା :- ବୈ।ଦ୍ଧ
ପୋଷ୍ଟ :- ବଲାସିଙ୍ଗା
ପିନ୍ :- ୭୬୨୦୧୪
ଦୂରଭାଷା ମୋବାଇଲ ନମ୍ବର :-
୭୭୪୯୮୪୮୬୯୬
No comments:
Post a Comment