ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ସରୋଜିନୀ ମିଶ୍ର , କେନ୍ଦ୍ରାପଡ଼ା


          ରାକ୍ଷୀ
-------------------------------------
ପୁଅଟିର ନାଁ ଅଟେ ସାଗର
ଦେଖିବାକୁ ସିଏ ଅତି ସୁନ୍ଦର
ରାସ୍ତାରେ ଦିନେସେ ପୁଅକୁ ଦେଖି
ମନ ମୋର ଗଲା ତା ପାଖେ ଲାଖି।

ଭାବିଲି ମୋ ହାତେ ଦିଅନ୍ତା ଧରା
ପ୍ରେମିକା ସାଜନ୍ତି ତାଙ୍କରି ପରା
ପ୍ରେମ ର ରଙ୍ଗ ସେ ଭାରି ସୁନ୍ଦର
ପ୍ରେମକୁ କେବେକେ ନ କରେ ଦୂର।

ଶ୍ରାବଣ ମାସର ପୂର୍ଣ୍ଣିମା ଦିନ
ଭାଇ ଭଉଣୀଙ୍କ ଆନନ୍ଦ ମନ
ଅଫେରା ରାଇଜ ଯାଇଛି ଭାଇ
ବସିଛି ମୁଁ ତାର ବାଟ ଅନେଇ।

ଫେରିବ କହି ସେ ଫେରିଲା ନାହିଁ
କା ହାତରେ ରାକ୍ଷୀ ବାନ୍ଧିବି ମୁହିଁ
ଭାଇ ହାତେ ଦେଇ ରାକ୍ଷୀ ପିନ୍ଧାଇ
କୋଟି ସୁଭଫଳ ମୁଁ ମାଗୁ ଥାଇ।

ଭାଇ କଥା ମନେ ମନେ ମୁଁ ଭାଳି
ଅନ୍ତର ଭିତରେ ଯାଏ ମୁଁ ଜଳି
ହଟାତ ଦେଖିଲି ରାକ୍ଷୀ ଟି ଧରି
ସାଗର ଆସୁଛି ଲୋତକ ଢାଳି।

ପାଖକୁ ଆସି ସେ ଭଉଣୀ କହି
ହାତରେ ଦେଲା ମୋ ରାକ୍ଷୀ ଧରାଇ
କହିଲା ଦେ ତୁ ରାକ୍ଷୀ ପିନ୍ଧାଇ
ତୁ ମୋ ଭଉଣୀ ମୁଁ ତୋ ଭାଇ।

ରାକ୍ଷୀ ନୁହେଁ ଏ ସେନେହ ଡୋର
ପରକୁ ପୁଣିସେ କରେ ନିଜର
ସେଦିନ ମୋ ମନ ମୋତେ କହିଲା
ପ୍ରେମ ଠାରୁ ରାକ୍ଷୀ ସୁନ୍ଦର ପରା।
------***--------***------***-------
ସରୋଜିନୀ ମିଶ୍ର
ରାଜକନିକା,କେନ୍ଦ୍ରାପଡ଼ା
---------***-------***-------

No comments: