ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ଶକ୍ତି ସ୍ବରୁପ୍ ମଙ୍ଗରାଜ୍ , ଖୋର୍ଦ୍ଧା

             # ରାକ୍ଷୀ#
                   ----------
ଭାଇ,ଭଉଣୀର ସ୍ନେହ ମମତାକୁ,
ବାନ୍ଧି ରଖିଥାଏ ରାକ୍ଷୀ
ସାଜି ସେ ସାରଥୀ ଭଉଣୀର ପାଇଁ,
ସାଜେ ପୁଣି ଗୋଟେ ଆରକ୍ଷୀ।୧

ଜୀବନରେ ଯେବେ ଆସିଥାଏ ଦୁଃଖ,
ଗୋଟିଏ ଭଉଣୀ ପାଇଁ
ମନେ ପଡିଯାଏ ଭାଇର କଥାକୁ,
ଏଇ ରାକ୍ଷୀର ବନ୍ଧନ ପାଇଁ।୨

ଏ ଜୀବନ ରାସ୍ତାରେ ଚାଲୁଥିବା ବେଳେ,
ଝୁଣ୍ଟି ପଡେ ଯେବେ ଭଉଣୀ
ମନ ବୁଝେନାହିଁ ଭାଇଟିର ପୁଣି,
ପବିତ୍ର ରାକ୍ଷୀ ତାକୁ ଦିଏ ଟାଣି।୩

ରକ୍ଷାବନ୍ଧନ'ଟା ନୁହଁରେ ବେପାର,
କର ତାକୁ ଟିକେ ବିଚାର
ଭାଇ,ଭଉଣୀର ପବିତ୍ର ବନ୍ଧନ,
ତାକୁ ଟିକେ ରଖ ନଜର।୪

ସୁତା'ଟିଏ ହାତେ ବାନ୍ଧି ଦିଅ ପୁଣି,
ଏଇ'ତ ରକ୍ଷାବନ୍ଧନ
ତତ୍ପର ହୋଇ ରହିଥାଅ ସଦା,
ପାଲଟି ଭଉଣୀର ଜୀବନ।୫

ଏ କରୋନା ଦିନରେ ଆସେନା ଭଉଣୀ,
ଭାଇ'ଟେ କହୁଛି ତୋର
ନିଜେ ଜଗି,ରକ୍ଷି ଅନ୍ୟକୁ ଜଗୁଥା,
ରାଗିବୁନି ଭଉଣୀ ଜମାରୁ ମୋର।୬

ଏ ପବିତ୍ର ବନ୍ଧନ ସଦା ହସୁଥାଏ,
ଭଉଣୀର ସୁଖ ଦେଖୀ
କି'ସୁନ୍ଦର ଏଠି ଏ ଦୁଇଟି ମନକୁ,
ସଦା ବାନ୍ଧି ରକ୍ଷିଥାଏ ରାକ୍ଷୀ।୭

ନାମ:- ଶକ୍ତି ସ୍ବରୁପ୍ ମଙ୍ଗରାଜ୍ (୬୩୭୦୬୨୯୨୧୭)
ଠିକଣା:-ଖଣ୍ଡଗିରି, ଭୁବନେଶ୍ବର

No comments: