🏵️ ରାକ୍ଷୀ 🏵️
ସରୁ ସୂତା ରେ ଗୁନ୍ଥା ଚିକମିକ୍ ମାଳିର ରାକ୍ଷୀ
ବାନ୍ଧିଦେଲି ସିନା ମୁଁ କି ରଖିବାକୁ ତୁମକୁ ବାନ୍ଧି ।
ସ୍ନେହ ମମତାର ବନ୍ଧନ ଡୋରୀରେ ମୁଁ
ଭାଇ ମୁଁ ତୁମକୁ ଚାହେଁ ସାରାଜୀବନ ବାନ୍ଧି ରଖିବାକୁ।
ରାକ୍ଷୀ ମୁଁ ବାନ୍ଧିଲି ପାଉଣା ବି ନେବି
ସେ ପାଉଣା ଦୁନିଆର ଧନରତ୍ନଠୁ ବି ବେଶୀ ।
ତୁମ ସ୍ନେହ ଶ୍ରଦ୍ଧା ତୁମ ଆଶୀର୍ବାଦ
ଛାଇ ପରି ଥିବ ସଦା ପାଖେ ମୋର ।
ମୋ ରାଗ ରୁସା ମୋର ଅଭିମାନ
ତୁମରି ପାଖରେ ମୋର ସବୁଦିନ ଥିବ ।
ମୋ ମାନ ରଖିବ ନରଖି କପଟ
ତୁମେ ପରା ବଡଭାଇ ମୋହର ।
ତୁମ ହାତରେ କି ଏ ରାକ୍ଷୀ ରହିପାରିବ ସବୁଦିନ
କେଇଟା ଦିନ ପରେ ପୁଣି ଛିଡି ସେ ଯିବ ।
କିନ୍ତୁ ସ୍ନେହ ଶ୍ରଦ୍ଧା ର ଏ ଅତୁଟ ବନ୍ଧନ
ତୁମ ପାଖୁ ମୋର କେବେ ଛିଡିନଯିବ ।
ଖାଲି ଏତିକି ଚାହେଁ ମୁଁ ତୁମଠାରୁ ଭାଇ
ମୋ ପାଖେ ପାଖେ ଥିବ ସୂର୍ଯ୍ୟ ଜହ୍ନ ଭଳି ।
ଶୁଭ ମନାସୁଚି ଶୁଭ ମାନସୁଥିବି ମୁଁ
ସବୁଥିରେ ତୁମ ଜୟ ହେଉ ଭାଇ ସେତିକିରେ ଖୁସି ମୁଁ ।
ସୁଭଦ୍ରା ରାଉତ
ଚୋରମୁହାଁ , ଧର୍ମଶାଳା , ଯାଜପୁର
No comments:
Post a Comment