ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ପୂଜାରାଣୀ ବଳସାମନ୍ତ , ଯାଜପୁର

        ---- ରାକ୍ଷୀ -----
ସବୁ ବରଷ ପରି ଏ ବରଷ ବି 
           ଆସିଛି ରାକ୍ଷୀ ପୁନେଇଁ 
ମନ ଟା ଜମା ଭଲ ଲାଗୁନି 
          ଭାଇଠୁ ରହିଛି ଦୂରେଇ!
ପୁରୁଣା ଦିନର ସ୍ମୃତିରେ 
             ମନ ଟା ହେଉଛି ଘାରି 
ଭାଇ ଭଉଣୀଙ୍କ ସେନେହ ରେ 
      ବାଧକ ହୋଇଛି ମହାମାରୀ!
ଭାଇ ମୋର ନୁହେଁ ପୁଲିସି 
                  ନୁହେଁ ସେ ଡାକ୍ତର 
ଭାଇ ମୋର କ୍ଷୁଦ୍ର ଚାଷୀଟିଏ 
        ବୁଝିଛି ନିୟମ କରୋନାର!
ଘରକୁ ଆସିବା ପାଇଁ 
               କରିଛି ମୋତେ ମନା 
ଯେଉଁଠି ଥା ଭଲରେ ଥା 
        କରୁଛି ମୋର ଶୁଭକାମନା!
ଭଉଣୀ ମନଟା ଜମା ମାନୁନି 
      ମନକୁ ଆସିଛି ଗୋଟିଏ ରାହା 
ଭାବିଛି ରାକ୍ଷୀଟିଏ କିଣି 
                ପଠେଇଦେବି ମୁଁ ଗାଁ!
ଏ କଥା ଶୁଣି ଭାଇ ମୋର 
                ଦେଇଛି ମୋତେ ରାଣ 
ଘରେ ତୁ ରହ ସୁସ୍ଥରେ ରହ 
           ବଜାର ଯାଇ ରାକ୍ଷୀ ନକିଣ!
ଯେଉଁ ଡୋରି ବାନ୍ଧିଦେଇ 
                 ଭାଇ ହାତରେ 
ସୁରକ୍ଷିତ ମଣୁଥିଲି 
              ଆପଣା ମନରେ!
ମୋରି ସୁରକ୍ଷା କଥା ଭାବି 
               ସୁନାଭାଇଟି ମୋର 
ରାକ୍ଷୀ ପୁନେଇଁ ରେ  ଆଜି 
            ରାକ୍ଷୀ କୁ କରିଛି ପର !
               -  -
         ପୂଜାରାଣୀ ବଳସାମନ୍ତ
        ଅଚ୍ୟୁତବସନ୍ତ , ଯାଜପୁର

No comments: