******** "ରାକ୍ଷୀ" **********
ନୁହଁଇ ତ ଏତ ସୂତ୍ରରେ ନିର୍ମିତ
ଏ ଭବେ ଭାବରେ ଭରା,
ପାବନ ପରଶେ ପାରୁଶେ ପରଷେ
ପ୍ରୀତି ପୀୟୂଷ ପସରା।।
ରାଜସୂୟ ମଧ୍ୟେ ଶିଶୁପାଳ ବଧେ
ଅଙ୍ଗୁଷ୍ଠ ଅଗ୍ର କଟିଲା,
ପାଣ୍ଡବଙ୍କ ରାଣୀ ଦ୍ରୁପଦ ଦୁଲଣୀ
ପିନ୍ଧା କାନିରେ ବାନ୍ଧିଲା।।
ଭାବ ତାର ବହି ବସ୍ତ୍ର ରୂପେ ବିହି
ଦ୍ରୌପଦୀ ଲଜ୍ଜା ତାରିଲା,
ବାନ୍ଧିଲା ଗୋଟିଏ ପାଇଲା କୋଟିଏ
ଅଟେ ସେ ସୂତ୍ରର ଲୀଳା ।।
ଭାଇ ଭଉଣୀର ସମ୍ପର୍କର ଡୋର
ଏ ସମ୍ପର୍କ ଚିରନ୍ତନ,
ବର୍ଣ୍ଣିବା ସେ ଭାବ ଶବ୍ଦେ ଅସମ୍ଭବ
ସ୍ନେହ ରଙ୍କୁଣୀର ଧନ।।
କହେ ଇତିହାସ ରାକ୍ଷୀ ଇତିହାସ
ରାଣୀ କର୍ମବତୀ ଜାଣ,
ଦେଇଥିଲେ ରାକ୍ଷୀ ରାକ୍ଷୀ ମାନ ରଖି
ଫେରିଗଲେ ହୁମାୟୁନ।।
ପୁରାଣେ ବର୍ଣ୍ଣିତ ରାକ୍ଷୀର ମହତ୍ତ୍ଵ
ଅଦୃଶ୍ୟ ବନ୍ଧନ ସେହି,
ସେଥିପାଇଁ ସିନା ସେ କାଳିଆ ସୁନା
ଭଗ୍ନୀ ସାଥେ ବିରାଜଇ।।
ଶ୍ରାବଣ ପୂର୍ଣ୍ଣିମା ରାକ୍ଷୀର ମହିମା
ବଳଦେବ ଜନ୍ମ ଦିନ,
ହସ୍ତାୟୂଧ ଯା'ର ଚାଷୀ ଯେ କୁଳର
କରୁଛି ମହିମା ଗାନ।।
ରାକ୍ଷୀର ବନ୍ଧନ "ଗୋ"ଧନେ କରିଣ
ଗୋମାତା କଲେ ପୂଜନ,
ଗୋଧନରୁ ମହୀ ପଞ୍ଚଗବ୍ଯ ପାଇ
ରାକ୍ଷୀ ହେଲା ମହୀୟାନ।।
ରାକ୍ଷୀର ଚରିତ ଅଟେ ଅସୀମିତ
ହସ, ଲୁହ, ଲହୁ ଭରା,
ପାଇ ସେ ସମ୍ମାନ ସୀମାରେ ଯୱ।ନ
ଧରାକୁ ମଣଇ ସରା।।
ଏଣୁ ଭାଇ ରାକ୍ଷୀ ରହିଅଛି ସାକ୍ଷୀ
ଭାବ ବନ୍ଧନର ପେଡ଼ି,
ମୋ ଦେଶ ସନ୍ତାନ ରଖ ତା'ର ମାନ
ଦିଅ ନାହିଁ ତାକୁ ଏଡି ।।
ବୀରକିଶୋର ଶତପଥୀ
ସାରସମାଲ
ବରଗଡ
No comments:
Post a Comment