ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ସୌମ୍ୟ ରଞ୍ଜନ ସାହୁ , ଢେଙ୍କାନାଳ

        -------- ରାକ୍ଷୀ --------
ଭାଇ ଭଉଣୀର ପବିତ୍ର ସମ୍ପର୍କେ 
ଜୀଵନ କାହାଣୀ ଲେଖା 
ପ୍ରତୀକ ଟେ ହୋଇ ଏ ରକ୍ଷା ବନ୍ଧନ 
ଆସେ ସବୁବର୍ଷ ପରା l1l
ରାକ୍ଷୀ ନୁହେଁ ସେତ ସେନେହର ଡୋରି 
ମାନ ସନମାନେ ଭରା 
ପବିତ୍ର ସମ୍ପର୍କ ଦୁଇ ହୃଦୟର 
କରୁଥାଏ ସଦା ବ୍ୟାଖ୍ୟା l2l
ଭଉଣୀର ରକ୍ଷା ଓ ତାର ସୁରକ୍ଷା 
ଭାଇର ମୁଖ୍ୟ କର୍ତ୍ତବ୍ୟ 
କ୍ଷମାର ସାଗର ହୋଇ ଭୂଲ ତାର 
କରିବାକୁ କ୍ଷମା ହେବ l3l
ଭଉଣୀ କରଇ ସଦେବ ପ୍ରାର୍ଥନା 
ଲମ୍ବା ଆୟୁ ପାଉ ଭାଇ 
ତା ଜୀଵନ ପଥ ହେଉ କୁସୁମିତ 
ପବିତ୍ର କାହାଣୀ ଗାଇ l4l
ସବୁ ବନ୍ଧନରୁ  କରିବ ସେ ମୁକ୍ତ 
ସଂକଳ୍ପ ନିଅଇ ଭାଇ 
ଜୀବନକୁ ବାଜି ଲଗାଇ ସେ ଦେବ 
ତାସୁନା ଭଉଣୀ ପାଇଁ  l5l
ଭଉଣୀ ତ ଆଜି ନୁହେଁ ସୁରକ୍ଷିତ 
ଜାଗ ହେ ସବୁରି ଭାଇ 
ଭୂଲି ନିଜ ପର କର ପ୍ରତିରୋଧ 
ଦେଖିଲେ କଷଣ ତାଇ l6l
ରକ୍ଷା ବନ୍ଧନ ତ ନୁହଇଁ ଏବେର 
ପୁରାଣ ରେ ଅଛି ଲେଖା 
ଶ୍ରୀକୃଷ୍ଣ ହାତରେ ପାଞ୍ଚାଳୀର ରାକ୍ଷୀ 
ପାଉଥିଲା ପରା ଶୋଭା l7l
ଭାଇ ହୋଇ କୃଷ୍ଣ ରଖିଥିଲେ ମାନ 
କୌରବର ସଭା ତଳେ 
କୋଟି ବସ୍ତ୍ର ଦେଇ ନିବାରିଲେ ଲଜ୍ୟା 
ନ କରି ବିଳମ୍ବ ତିଳେ l8l
ସୁରକ୍ଷିତ ନୁହେଁ  ଆଜି ଯେ ଭଉଣୀ 
ବାହାରେ ଗଲେ ଏକଲା 
ଜାଣିନି ପିଶାଚ ବସିଛି କେଉଁଠି 
କରିବାକୁ ଯେ ହମଲା l9l
ଆଜିର ଦିନରେ କରଯେ ପ୍ରତିଜ୍ଞା
ଭଉଣୀ ସୁରକ୍ଷା ଦେବ 
ଭାଇ ହୋଇ ତାର ରକ୍ଷା ବନ୍ଧନର 
ରଖିବ ମାନ ମହତ  l10l

(ସୌମ୍ୟ ରଞ୍ଜନ ସାହୁ , ଖଣ୍ଡବନ୍ଧ, ଢେଙ୍କାନାଳ)

No comments: