••••••••• *ରାକ୍ଷୀ* ••••••••
ରାକ୍ଷୀ ରେ ରାକ୍ଷୀ
ସମ୍ପର୍କ ସେତୁ ତୁ
ରହିଛୁ ସାକ୍ଷୀ।
ଭାଇ ଭଉଣୀଙ୍କ
ଅତୁଟ ସମ୍ପର୍କ
ସ୍ନେହ ଶ୍ରଦ୍ଧାର ତୁ
ରହିଛୁ ପ୍ରତୀକ।
ରେଶମ ସୂତାର
ଚାଖଣ୍ଡେ ଡୋରି
ସମ୍ପର୍କର ମାନ ରଖି।
ରାକ୍ଷୀ ରେ ରାକ୍ଷୀ
ତୁ ରହିଛୁ ସାକ୍ଷୀ।।
ରାକ୍ଷୀରେ ରାକ୍ଷୀ
ରକ୍ଷା କବଚ ତୁ
ରହିଛୁ ସାକ୍ଷୀ ।
ଭଉଣୀର ଦୁଃଖ
ସୁଖରେ ଭାଇର
ସଦା ରହିଥାଏ ମନ ।
ଆପଦୁ ବିପଦୁ
ରକ୍ଷା କରିବାକୁ
ଭାଇ କରିଥାଏ ପଣ ।
ରକ୍ଷା ବନ୍ଧନରେ
ଶ୍ରାବଣ ପୂର୍ଣ୍ଣିମା ଦିନ ।
ରେଶମ ସୂତାର
ଚାଖଣ୍ଡେ ଡୋରି ତୁ
ରଖି ସମ୍ପର୍କର ମାନ । ।
**************************
ଅମୂଲ୍ୟ କୁମାର ଦାଶ
ଦାଶରଥି ନଗର, ଆସିକା, ଗଞ୍ଜାମ
📞୯୮୬୧୬୬୩୭୪୫
No comments:
Post a Comment