ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ସାର୍ଥକ ଶତପଥୀ , କଟକ

     *** ରାକ୍ଷୀ ****

ରାକ୍ଷୀ ଲୋ ତୋତେ ନେଇ ମୁଁ ଲେଖିବି କଣ !
ତୁ ତ ସୂତା ଟିଏ ଦୁଇ ମଧୁର ସମ୍ପର୍କର,
ଯେଉଁ ସମ୍ପର୍କ ଦୁନିଆରେ ସବୁଠୁ ସୁନ୍ଦର ।

ବାନ୍ଧିଦିଏ ରାକ୍ଷୀ ଭାଇର ହାତରେ ଫୁଲେଇ ଭଉଣୀ ରାଣୀ,
ବରଷକେ ଥରେ ଆସିଥାଏ ରାକ୍ଷୀ କେତେ ହସଖୁସି ଘେନି ।

ରାକ୍ଷୀ ନୁହେଁ ସେତ ଜୀବନର ଡୋରି ଭାଇ ଭଉଣୀର ପ୍ରାଣ,
ଭାଇ ପଛେ ହେଉ ଛୋଟା କେମ୍ପା କୁଜା ତାପାଇଁ ସୁନା ମୋହର ।

କେତେ ହସ ଖୁସି କେତେ ରାଗ ରୁଷା ମାଡ଼ ଗୋଳ ଲାଗେ ସିନା,
କିନ୍ତୁ ନପାରନ୍ତି ରହି କ୍ଷଣିକ ମାତ୍ରକେ ଜଣେ ଆଉ ଜଣ ବିନା ।

ବାନ୍ଧିଦିଏ ରାକ୍ଷୀ ଭଉଣୀ ସରାଗେ ଦେଇ ଫୁଲ ଚନ୍ଦନର ଟିକା,
କଥା ଦିଏ ଭାଇ ଭଉଣୀ କୁ ତାର ସବୁ ବିପଦୁ କରିବ ରକ୍ଷା ।

ମାଆର ପଣତ ବାପାର ସେନେହ ଜେଜେ ଜେଜିମା ର କୋଳ
ଆହୁରି ସୁନ୍ଦର ଭାଇଭଉଣୀଙ୍କ ମିଛ ରାଗ ମାଡ଼ ଗୋଳ ।

               ସାର୍ଥକ ଶତପଥୀ
               କଟକ, ଚାନ୍ଦିନୀ ଚୌକ
                ୯୪୩୯୪୮୫୫୭୪

No comments: