ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ମମତା ରାଣୀ ଦାଶ , ଭଦ୍ରକ

             "ରାକ୍ଷୀ "
========================

ସାରା ଜଗତରେ ଏ ପର୍ବ ପାଳନ
ଶ୍ରାବଣ ର ପୂର୍ଣ୍ଣିମା ରେ
ରକ୍ଷା ବନ୍ଧନ ନାମ ପ୍ରସିଦ୍ଧ ପର୍ବ
ପାଳିତ ସେ ଘରେ ଘରେ।

ଭାଇ ଭଉଣୀର ମଧୁର ସମ୍ପର୍କ
ବାନ୍ଧି ଦିଏ ଏହି ରାକ୍ଷୀ
ସ୍ନେହର ଡୋର ଟି ବାନ୍ଧେ ଭାଇ ହାତେ
ଭଉଣୀ ତା ନିରୀମାଖି।

ଧୂପ ଦୀପ ଜାଳି ଚନ୍ଦନ ଲଗାଇ
ଭଉଣୀ ବାନ୍ଧଇ ରାକ୍ଷୀ
ଯୁଗ ଯୁଗରୁ ଆମର ଏ ସଂସ୍କୃତି
ରାକ୍ଷୀ ତାର ଅଟେ ସାକ୍ଷୀ।

ପ୍ରଭୁ ପଦ ପାଦେ କରେ ସେ ମିନତି
ଭାଇ ମୋ ସୁଖରେ ରହୁ
ଆମର ଏ ଭାଇ ଭଉଣୀର ସ୍ନେହ
ଚିରଦିନ ରହିଥାଉ।

ପାଉଣା ରେ ଖାଲି ଏତିକି ମାଗଇ
ସ୍ନେହ କରିବନି ଉଣା
ସାରା ଜୀବନ ମୋ ସାଥେ ରହିଥିବ
ସେହି ମୋ ପାଇଁ ପାଉଣା।

ଭାଇ ପାଇଁ ଭଉଣୀ ତା ସୁନାନାଖି
ତାର ଖୁସିର କାରଣ
ଭଉଣୀଟି ପାଇଁ  ଭାଇ ତାର ଗର୍ବ
ତାର ଶକ୍ତି ତାର ଟାଣ ।

ଗୋଟିଏ ଗଛର ଫଳ ପରା ସିଏ
ଅତୁଟ ତାଙ୍କ ବନ୍ଧନ
ମାନ ଅଭିମାନ ସବୁ କ୍ଷଣସ୍ଥାୟୀ
ସ୍ନେହ ସ୍ଥିର ଚିରନ୍ତନ।

ମମତା ରାଣୀ ଦାଶ
ତିହିଡି,ଭଦ୍ରକ

No comments: