------+--+ ରାକ୍ଷୀ ---------
ଶ୍ରାବଣ ପୂର୍ଣ୍ଣମୀ ର ସେତ ଅଭୁଲା ତିଥି .... ରାକ୍ଷୀ ପୂର୍ଣ୍ଣମୀଟି ଆଣିଛି ଭେଟି ॥ ଭାଇ ଭଉଣୀର ଅତୁଟ ପ୍ରେମ ..... କେହି ହେବେନାହିଁ ମୋ ଭାଇ ସମ .....॥ ସରଧା ରେ ମୁଁ ଯେ ,ବାନ୍ଧିଲି ତା ହାତେ ରାକ୍ଷୀ ..... ଅତି ଯତନେ ଥାଳରେ ଦେଲି ଦୀପ ,ଫୁଲ ଅକ୍ଷତ ରଖି .......॥ ଭାଇ ମଥାରେ ଦେଲି ଚନ୍ଦନସିନ୍ଦୁର ........ ମୋ ଭାଇ ହାତରେ ରାକ୍ଷୀ ସୁନ୍ଦର .....॥ ତୁଚ୍ଛ ଲାଗେ ତୋ ଆଗେ ଭାଇ ମଣି,ମୁକୁତା ........ ତୁ ପରା ମୋ ଭାଇ ଜଗତ ଜିତା .....॥ ରେଶମି ଡୋରି ନୁହେଁ ... ଗୋଟିଏ ଦିନର ....................... ଏତ ସଂପର୍କ ସୂତ୍ର ଅଟେ କେତେଯେ , ଯୁଗର ॥ ସବୁବେଳେ ଥିବୁ ରହି ଛାଇ ପରି ମୋର ...... ତୁ ପରା ସୁନାଭାଇ , ଗେଲି ଭଉଣୀ ମୁଁ ତୋର ॥ ଭାଇ ତୁ ମୋର କୋଟି କ ରେ ଗୋଟିଏ ....... ମୋ ସମ୍ମାନ ପାଇଁ ଜଗିରହିଥାଏ ॥ ରାକ୍ଷୀ ତ ଅମୂଲମୂଲ ..... କେ ଦେଇ ପାରିବ ତା ମୂଲ ॥ ତୁ ପରା ମୋ କଳାଠାକୁର .. ..... . ସୁଭଦ୍ରା ଭଉଣୀ ମୁଁ ପରା ତୋର ॥ କେତେଯୁଗର ଅମର ସଂସ୍କୃତି ...... ଭାଇ ହାତେ ଭଉଣୀ ବାନ୍ଧୁଛି ରାକ୍ଷୀ ॥ ରାକ୍ଷୀ ତ ବନ୍ଧନ ସ୍ନେହ ମମତାର ...... ଅପୂର୍ବ ସୂତ୍ର ସେ ରେଶମି ଡୋରିର ॥ < <> < <> < <> < <>
✍ଝିଲ୍ଲି କୁମାରୀ ସାହୁ
ବ୍ରହ୍ମପୁର, ଗାନ୍ଧିନଗର , ( ଗଞାମ୍)
No comments:
Post a Comment