ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ଆଦ୍ୟାଶା ନନ୍ଦ , ଖୋର୍ଦ୍ଧା

          ***   ରାକ୍ଷୀ  ****

ସିନ୍ଦୁରକୁ ଚନ୍ଦନ ମମତାର ବନ୍ଧନ 
ଭାଇ ସାଙ୍ଗେ ଭଉଣୀର ସେନେହର ମିଳନ l

ରେଶମୀର ସୁତାଟିଆ ମମତାରେ ଗୁନ୍ଥା 
ଭାଇ ଭଉଣୀ ସମ୍ପର୍କ ଅଭୁଲା ସେ ଗାଥା l

ଦ୍ୱାପର ଯୁଗରେ କୃଷ୍ଣାଙ୍କୁ ରକ୍ଷା କଲେ ଭଗବାନ 
କୋଟି ବସ୍ତ୍ର ଦେଇ ରଖିଲେ ଭଉଣୀ ସନମାନ l

ଭାଇ ସହେ ଭଉଣୀର ମାନ ଅଭିମାନ 
ଏମିତିକା ଅଟେ ସତେ ଏ ପବିତ୍ର ବନ୍ଧନ l

ରକ୍ଷା ବନ୍ଧନ ସେ ସେନେହର ସ୍ପନ୍ଦନ 
ଭାଇ ଭଉଣୀ ସମ୍ପର୍କର ଅତୁଟ ଏ ବନ୍ଧନ l

ସେନେହର ଶରଧାର ସରାଗର ଅଲିଭା ଏ ସତ 
ଭାଇ ଅଟେ ଭଉଣୀର ର ସୁରକ୍ଷା କବଚ l

ଭଉଣୀ ଦେହରେ ଆଘାତ ଲାଗିଲେ 
ଭାଇ ଆଖି ହୁଅଇ ଓଦା 
ଚଉରା ମୂଳରେ ସଞ୍ଜବତୀ ଜାଳି 
ଭାଇର ସୁଖ ମାଗୁଥାଇ ସଦା l

ଭଉଣୀଟି ଚାନ୍ଦ, ତାରା ଭାଇ ଆଖିର ଜ୍ୟୋତି 
ସବୁକିଛି ତୁଚ୍ଛ ଲାଗେ ଭାଇ ତା ଅମୂଲ୍ୟ ସମ୍ପତ୍ତି l

ସେନେହ ଶିକୁଳିରେ ବନ୍ଧା ଦୁଇଟି ଜୀବନ 
ଜଣେ ଆତ୍ମା ହେଲେ ଆଉ ଜଣେ ପ୍ରାଣ l

ମା ପାଖେ କରେ ଅଳି, ଭାଇ ପାଇଁ ଶୁଣେ ଗାଳି 
ଭାରୀ ମିଠା ଲାଗେ ତାଙ୍କ ମିଠା କଳି l

ଏମିତି ସମ୍ପର୍କ ଲେଖିଛି ବିହି 
ତୁଳନା ଯାହାର କାହା ସହିତ ନାହିଁ l

ନ ଲାଗୁ ଏ ସମ୍ପର୍କକୁ ଆଉ କାହା ନଜର 
ଯୁଗେ ଯୁଗେ ରହିଥାଉ ଏ ମମତାର ବନ୍ଧନ l

ତୁମ ଶ୍ରୀ ଚରଣେ କରେ ମୁଁ  ପ୍ରଣିପାତ 
ମୋ ଭାଇର ଚଲାପଥ ହେଉ କୁସୁମିତ l

                                          ଆଦ୍ୟାଶା ନନ୍ଦ 
                                            ଭୁବନେଶ୍ୱର
                                              ଖୋର୍ଦ୍ଧା

No comments: