--------- ରାକ୍ଷୀ --------
ଅନାଦି କାଳ ର ପରମ୍ପରା ଏହା..
ଭଉଣୀ ଉପରେ ଭାଇ ସବୁବେଳେ ସାହା..
ଆସୁ ବିପଦ ବା ଆସୁ ଯେତେ ଝଡ଼..
ଭାଇ ଛାଡ଼େ ନାହିଁ କେବେ ଭଉଣୀ ର କଡ଼... (1)
ଯମୁନା ପିନ୍ଧାଇଲେ ଯମ ହାତ ରେ..
ସ୍ନେହରେ ରାକ୍ଷୀ ର ପବିତ୍ର ଡୋରି..
ବଦଳ ରେ ତାଙ୍କ ଭାଇ ସାଜି ତ ଯମ..
ଯମୁନା ଙ୍କୁ ଦେଲେ ଅମର କରି.. (2)
ଦାନଵ ରାଜା ବଳି ଯେବେ..
କଢ଼େଇ ନେଲେ ଶ୍ରୀ ବିଷ୍ଣୁ ଙ୍କୁ ନିଜ ମହଲ କୁ..
ମା ମହାଲକ୍ଷ୍ମୀ ରାକ୍ଷୀ ବାନ୍ଧି ତେବେ..
ଶ୍ରୀହରି ଙ୍କୁ ମୁକୁଳେଇବା କଥା ନେଲେ ତାଙ୍କ ଠୁ.. (3)
ଦ୍ରୋପଦୀ ଶାଢ଼ୀ କାନି ଚିରି ଥରେ.
ରୋକି ଦେଇଥିଲେ ଶ୍ରୀକୃଷ୍ଣ ଙ୍କ ରୁଧିର..
ତା ବଦଳ ରେ ମୋହନ ବସ୍ତ୍ର ଯୋଗାଇଲେ..
ଯେବେ ହେଇଥିଲା ଦ୍ରୌପଦୀ ଙ୍କ ବସ୍ତ୍ର ଚିର.. (4)
କିମ୍ବଦନ୍ତୀ କହେ ରାଣୀ କର୍ଣ୍ଣାବତୀ..
ସମ୍ରାଟ ହୁମାୟୁନ ଙ୍କୁ ରାକ୍ଷୀ ଟିଏ ଦେଲେ ବିପଦ ବେଳେ..
ମହାମାନ୍ୟ ନିଜ ସବୁ କାମ ଛାଡ଼ି..
ଛିଡ଼ା ହେଲେ ଯାଇ ନିଜ ଭଉଣୀ ମେଳେ.. (5)
ରାଣୀ ରୋକଜାନା ଜାଣିଲେ ଯେବେ ହେଁ..
ହିନ୍ଦ ର ସାହସୀ ରାଜା ପୁରୁ ର କଥା..
ରାକ୍ଷୀ ପଠେଇ ରାଜା ପୁରୁ ଙ୍କ ପାଇଁ..
ସୁରକ୍ଷିତ କଲେ ସ୍ୱାମୀ ଆଲେକଜାଣ୍ଡର ଙ୍କ ମଥା.. (6)
ରାକ୍ଷୀ ନୁହେଁ କୌଣସି ମାମୁଲି ଡୋରି..
ଏହା ତ ଅଟେ ସ୍ନେହ ର ଶିକୁଳି..
ଥରେ ଭାଇ କଚଟି ରେ ବନ୍ଧା ହେଇଗଲେ..
ପାରେନା ଭାଇ, ଭଉଣୀ ର ସ୍ନେହ ଭାବ ରୁ ମୁକୁଳି.. (7)
ଅନ୍ଧାର ରାତି ରେ ସାଜେ ତ ଭାଇ.. ଭଉଣୀ ଜୀବନ ଆକାଶେ ପୁନେଇଁ ଜହ୍ନ..
ଦିଗହରା ହେଲେ ଦିଗଦର୍ଶକ ସାଜି..
କଥା ଦିଏ ଭାଇ..
ଆସେ ଯେବେ ପବିତ୍ର ରକ୍ଷା ବନ୍ଧନ.. (8)
ଶୁଭ ଶ୍ରାବଣ ର ଶେଷ ଦିବସ..
ସବୁ ଭଉଣୀ ଙ୍କ କି ଦେଖିବ ଉଲ୍ଲାସ..
ଫୁଲ, ଦୀପ, ରାକ୍ଷୀ, ମିଠା ସଜେଇ ଥାଳି ରେ..
ବାନ୍ଧି ରକ୍ଷା କବଚ..
ପାଆନ୍ତି ଭାଇଙ୍କ ଠୁ ଆଶିଷ.. (9)
ରକ୍ଷା ବନ୍ଧନ ର ମାହାତ୍ମ୍ୟ ଏତେ ଯେ..
ଭାଇ ଭଉଣୀ ସ୍ନେହ ର ଏହା ଅପୂର୍ବ ବନ୍ଧନ..
ଜଗନ୍ନାଥ ସୁଭଦ୍ରା ଙ୍କ ସମ୍ପର୍କ ଭଳି.
ଗୋଟେ ଡୋରି ରେ ବାନ୍ଧି ହୁଏ ଜୀବନ.. (10)
ସବୁ ବର୍ଷ ପରି ଏଥର କୁ ବି ଆସିଛି ରାକ୍ଷୀ..
ରାକ୍ଷୀ ନୁହେଁ ଏହା ସ୍ନେହ ବନ୍ଧନ ର ସାକ୍ଷୀ..
ବାନ୍ଧି ବନ୍ଧେଇ ପବିତ୍ର ରାକ୍ଷୀ ର ସ୍ନେହ ର ଡୋରି..
କାମନା କରେ ଯେ..
ଖୁସି ହୁଅନ୍ତୁ ସବୁ ଭଉଣୀ ଭାଇ.. (11)
..........
ସପନା ସିଂହ
ବ୍ରଜରାଜନଗର, ଝାରସୁଗୁଡ଼ା
No comments:
Post a Comment