ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ସୁଚିତ୍ରା ପ୍ରଧାନ , ଗଞ୍ଜାମ

       (((((ରାକ୍ଷୀ)))))

ଭାଇ,ଭଉଣୀ ସମ୍ପର୍କ ପାଇଁ
 ବରଷକେ ପରେ ଆସିଛି ସେ ଧାଇଁ ।

ଗୋଟିଏ ଡୋରିରେ ସମ୍ପର୍କକୁ ବାନ୍ଧିବ
ରାଗ ରୁଷା ସବୁ ମନରୁ ଦୂରେଇ ନେବ।

ରାକ୍ଷୀ ସୂତାର ସମ୍ପର୍କ ବଡ଼ ମଧୁର
ସାନ, ବଡ଼ ନଥାଏ ସୂତା ଡୋରିରେ ତାର।

ଭାଇ ହାତେ ଭଉଣୀ ରାକ୍ଷୀ ବାନ୍ଧିବା ପାଇଁ
ଆଜିର ଦିନକୁ ସେ ଜଗିତ ଥାଇ।

ସବୁ ବିପଦ ଆପଦରେ ରକ୍ଷା କରିବ ଏ ରାକ୍ଷୀ
ପୁରାଣ ଯୁଗରୁ ଏ କଥା ରହିଛି ଯେ  ସାକ୍ଷୀ ।

କୁରୁ ସଭା ତଳେ ପାଞ୍ଚାଳିକୁ ଦେଇ ବସ୍ତ୍ର ଦାନ
ଦୁନିଆକୁ ଜଣାଇଥିଲେ ସୂତା ଖିଅର ମାନ।

ସତରେ ଭାରି ନିଆରା ଏହି ଯେ ଦିନ
ଭାଇ, ଭଉଣୀଙ୍କ ମନ ହୁଏ ଉଛନ୍ନ।

ସବୁଠାରୁ ଅଧିକା ରାକ୍ଷୀର ମୁଲ୍ୟ
ସୁନା, ରୁପା କାହା ସହ ହବନି ସେ ତୁଲ।

ସୁଚିତ୍ରା ପ୍ରଧାନ
ଗଞ୍ଜାମ

No comments: