.............ରାକ୍ଷୀ…............
ଆସିଲାରେ ଆସିଲାରେ
ରାକ୍ଷୀ ପୁନେଇ ।
ଭାଇ ହାତେ ବାନ୍ଧେ ଭଉଣୀ
ରାକ୍ଷୀ ଟେ ନେଇ ।।
ହସ୍ତରେ ଡୋରି ମୁଣ୍ଡରେ ଟୀକା
ଭଉଣୀ ଲଗାଇ ଦିଏ ।
ଦୁବ ଚାଉଳ ଦୀପ ଶିଖାରେ
ଶୁଭ ମନାସୁ ଥାଏ ।।
ପବିତ୍ର ବନ୍ଧନର ଡୋରି
ଏହି ଛୋଟିଆ ସୂତା ।
ବାଣ୍ଟୁଥାଏ ସାରାବିଶ୍ୱକୁ
ସୁନ୍ଦର ସମର୍କର ଗାଥା ।।
ଭାଇପାଇଁ ଭଉଣୀଟେ
ସ୍ୱର୍ଗର ରାଜନନ୍ଦିନୀ ।
ମାନ ସନମାନ ସୁରକ୍ଷା ତାହାର
କେବେ ଉଣା ହେବାକୁ ଦେବନି ।।
ଭଉଣୀର ଭାଇଟିଏ
ଆଶାର ଆଲୋକ ।
ସତେକି ଜଗାସାଥେ ମାତା ସୁଭଦ୍ରାଙ୍କ
ମନୁଷ୍ୟରୂପୀ ବେଶ ।।
ଭାଇ ହାତେ ଭଉଣୀ ଟେ
ବାନ୍ଧିଥାଏ ରାକ୍ଷୀ ।
ରାକ୍ଷୀ ନୁହେଁ ଏତ ନାରୀଜାତି ପ୍ରତି
ସମ୍ମାନ ର ସାକ୍ଷୀ ।।
ସଭିଏଂ ଆମେ ଶପଥ ନେବା
ନାରୀ ଜାତିକୁ ସମ୍ମାନ ଦେବା
ଏ ପୁଣ୍ୟ ତିଥିର ମହତ୍ତ୍ଵ ଗାଇ ।
ଭାଇ ଭଉଣୀର ସମ୍ପର୍କ ନେଇ ।।
.....ଆସିଲାରେ ଆସିଲାରେ
ରାକ୍ଷୀ ପୁନେଇଁ ...।।
ଦେବକାନ୍ତ ବାରିକ
ସାଲେପୁର,କଟକ
ମୋ-୮୦୧୮୮୬୫୬୪୯
No comments:
Post a Comment