ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ସୁରଥ କୁମାର ରାଉତ , କଟକ

     ----- ରାକ୍ଷୀ -----
ସ୍ନେହର ପ୍ରତୀକ  ରାକ୍ଷୀଟିକୁ ନେଇ
   ବାନ୍ଧିଦେଲି  ଭାଇ ହାତେ
ରାକ୍ଷୀ ବାନ୍ଧିଦେଲି ରହିଲା ମୋ ରାଣ
    ଭୁଲିଯିବୁ ନାହିଁ ମୋତେ।
କେଡେ ସରାଗରେ ବାନ୍ଡିଲି ମୁଁ ରାକ୍ଷୀ
     ମୋଭାଇ ହାତରେ ନେଇ
ସୂତା ଖଣ୍ତେ ବୋଲି ଭାବିବୁନି କେବେ
    ମମତାର ଡୋର ଏଇ।
ମାଗୁନାହିଁ ତୋତେ ସରଗର ଚାନ୍ଦ
   ହୀରା,ନୀଳା,ଧନରତ୍ନ
କିଛି ଲୋଡା ନାହିଁ ମୋର ଏ ଜୀବନେ
    ନେଉଥିଲେ ମୋର ଯତ୍ନ।
ରାକ୍ଷୀ ବାନ୍ଧିଦେଲି ରଖିବୁ ମୋମାନ
     କରିବୁନି ହତାଦର
ତୋର ଆଶୀର୍ବାଦ ମୋ ସାଥିରେ ଥିଲେ
     ନଥିବ କାହାକୁ ଡର।
========<<<<<<<===
ସୁରଥ କୁମାର ରାଉତ
ବନ୍ଧୁପୁର,ସମିତଙ୍ଗା,କଟକ

No comments: