ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ଦେବିପ୍ରିୟା ଦାସ୍ , ଖୋର୍ଦ୍ଧା

------------ ରାକ୍ଷୀ ------------

  ଭାଇ ଭଉଣୀ ର ପବିତ୍ର
  ବନ୍ଧନର ଏ ରାକ୍ଷୀ ହେଉଛି ସାକ୍ଷି।
  ଵରଷକୁ ଥରେ ପଡେ ଏ ପର୍ବ
  ସାଥେ ନେଇ ଆସେ କେତେ
  ଯେ ସେନେହ ମମତାର ଆଶା।
ଯେତେ ଦୂରରେ ଥିଲେ ପଛେ
ଭାଇ ଭଉଣୀ ପାଛୋଟି
ଆସନ୍ତି ପରସ୍ପର ପାଖକୁ।
ଭାଇ ହାତରେ ଭଉଣୀ ବାନ୍ଧି
ରାକ୍ଷୀ ମନାସେ କେତେ
ଶୁଭକାମନା ତା ଭାଇର
ନିକଟରେ ପ୍ରଭୁ ପାଖରେ
କରି ବହୁତ ଗୁହାରି।
ସେନେହ ମମତା ର ବନ୍ଧନ
ଏ ରାକ୍ଷୀ ପରଵ।
ଦୁନିଆରେ ସବୁ ସଂପର୍କର
ଉପରେ ଭାଇ ଭଉଣୀ
ର ଏ ପବିତ୍ର ସଂପର୍କ।
ଥାଉ କି ନଥାଉ କେହି
ପାଖରେ ଭାଇ ଟି ସାଥେ
ଥାଏ ତା ଭଉଣୀ ପାଖରେ।
ସାରା ଦୁନିଆ ହାତ ଛାଡି
ଦେଲେ ବି ଭାଇ ଛାଡେ
ନି କେବେ ତା ଭଉଣୀ ହାତ।
ଭାରି ପବିତ୍ର ଏ ଭାଇ ଭଉଣୀ
ସଂପର୍କ ଦୁନିଆରେ।

ଦେବିପ୍ରିୟା ଦାସ୍
                 
     ଭୁବନେଶ୍ୱର
ଖୋର୍ଦ୍ଧା

No comments: