::: ସମ୍ପର୍କ :::
ସମ୍ପର୍କର ସେତୁ ଗଢିଦେଇ କେବେ ବାଟ କାଟି ଚଳିଯିବନି..
ସାଥେ ଜିଇଁ ବାକୁ କଥା ଦେଇ ପୁଣି ଅଧା ବାଟେ ଛାଡି ଦେବନି... ।।
ସମ୍ପର୍କ ନୁହଁଇ ବଲିଘର ଏଠି, ଢେଉ ଆସି ଭାଙ୍ଗି ଦବ...
ହୃଦୟର ଭାଷା ହୃଦୟ ବୁଝିଲେ, ଜୀବନ ବ୍ୟାପି ରହିବ ।।
ରକ୍ତ ସମ୍ପର୍କରେ ବାନ୍ଧିରହିବା ବିଚିତ୍ର କଥା ନୁହେଁ
ମଣିଷତ୍ୱର ସମ୍ପର୍କରେ ଏଠି ଭାଇ ଚାରା ଭାବ ଥାଏ ।।
ସବୁ ସମ୍ପର୍କଠୁ ବଡ ଅଟେ ମଣିଷତ୍ୱ ସମ୍ପର୍କ
ଭଲ ପାଇବା ବାଣ୍ଟି ପାରିଲେ ବଢିଥାଏ ଅଧିକ
ତୁମ ସାଥେ ମୋର ସମ୍ପର୍କ ଅଟଇ ଚିରଦିନ ପାଇଁ ସ୍ଥାୟୀ
କଥା ଦେଲି ଏଇ ହୃଦୟ ସମ୍ପର୍କ ରଖିବି ଜୀବନ ଦେଇ ।।
ସ୍ୱୟଂସିଦ୍ଧl ଦାସ
କପ୍ତିପଦା, ମୟୁରଭଞ୍ଜ...
No comments:
Post a Comment