~ ସଂପର୍କ~
~~~~~~~~~~~
କେଉଁ ସଂଯୋଗ ରୁ ଟାଣି ଓଟାରି
ଘୋଉଡେଇ ଆଣି ବାନ୍ଧି ଦିଏ
ଏକ ବନ୍ଧନ ଡୋରି ରେ
ଯାହାକୁ ଆମେ କହୁ ସଂପର୍କ ।
ପ୍ରେମ ଓ ବିଶ୍ୱାସୀ ଇଟା କୁ ନେଇ,
ଦିବା ଘଡି କସରତ କରି
ଏକ ମଜବୁତ ଘର କରେ ସେ ,
ଅବିଶ୍ୱାସୀ ଝଡ ତାକୁ ଛିନଭିନ କରିଦିଏ
ଏକାବେଲେ ।
କେତେ ନିଆରା ଏ ସଂପର୍କ ରଙ୍ଗେ
କେତେ ଜଣା ଅଜଣା କୁ ଆଲିଙ୍ଗନ କରେ,
କେବେ ନିଜ ପର କରେ ,
ପୁଣି କେବେ ପର ଆପଣା କରେ ।
କେବେ ବୁଝାମଣା ର ସକ୍ତ ଖିଅ ଟିଏ ତ
ପୁଣି କେବେ ପୁରୁଣା ଦେହେ ଲାଗିଥିବା
ଧୂଳି ହୁଏ ,
କେବେ ଐଶ୍ୱର୍ଗିୟ ଅନଭବ ଟିଏ ତ
କେବେ ପୁଣି ଆନ୍ତରିକତା ଭାବ ଟିଏ ,
କେବେ ତ୍ୟାଗ ର ରୂପ ନିଏ ତ
କେବେ ମାତ୍ର ବାହାନା ଟିଏ ।
ପୂଜା ପଧାନ
ଭଟଳି,
ବରଗଡ଼
୭୯୭୮୮୦୭୨୨୪
No comments:
Post a Comment