:: କାର୍ଗିଲ୍ ବିଜୟ ଦିବସ ::
*******🇮🇳🇮🇳*******
ସୁନାର ଭାରତକୁ ନଷ୍ଟ
କରିବାର ଅର୍ଥେ
ପାକିସ୍ତାନ ବାହାରିଲା
ସୈନ୍ୟ ସାମନ୍ତଙ୍କ ସାଥେ ।
ଶତ୍ରୁ ଉଚ୍ଚ ହିମାଳୟେ
ଲୁଚିକି ରହିଲା
ମନ ଇଚ୍ଛା ଗୁଳି
ବରଷା ଯେ କଲା ।
ଭାରତର ସୈନ୍ୟମାନେ
ନଥିଲେ ପ୍ରସ୍ତୁତ
ତଥାପି ନ ଡରି ଆଗେଇ
ଗଲେ ଯେ ସତତ ।
ଯୁଦ୍ଧ କ୍ଷେତ୍ରେ ପ୍ରକୃତି
ବାଧା ଯେ ସାଜିଲା
ବୀର ଯବାନଙ୍କୁ
ଅଟକାଇ ନ ପାରିଲା ।
ବିଜୟ ଗାଥା ର ବନ୍ଧୁ
ହୋଇଲା ଇସ୍ରାଏଲ
ଯାହା ଜଣାଇଲା
ଶତ୍ରୁ ପ୍ରସ୍ତୁତିର ହାଲ୍ ।
ସ୍ଥଳ ସେନା ବାୟୁ ସେନା
ଏକତ୍ରିତ ହେଲେ
ଶତ୍ରୁ ବାଧା କରିବାକୁ
ଆଗେଇଣ ଗଲେ ।
ପଛ ଘୁଞ୍ଚା ନ ଦେଇଣ
ଅଗ୍ରସର ହେଲେ
ଶତ୍ରୁ ଆକ୍ରମଣକୁ
ତିଳେ ନ ଡରିଲେ ।
ଭାରତ ମାତା ବୁକୁରେ
ବୀର ଜବାନ ଟଳିଗଲେ
ପ୍ରାଣ ଲହୁ ଲୁହ ଢାଳି
ବିଜୟ ଆଣିଲେ ।
ଭାରତ ମାତା ଛାତିରେ
ରଖିଗଲେ ବିଜୟର ଚିହ୍ନ
ସଦା କୃତଜ୍ଞ ରହିବ
ଭାରତ ମାତାର ସନ୍ତାନ ।
ବିଜୟ ତିଳକ ଭାରତ
ମାତା ଯେ ଲଗାଇ
ଗର୍ବ କରେ ତା'ର
ବୀର ସନ୍ତାନଙ୍କୁ ପାଇ ।
ସୈନ୍ୟ ରକ୍ତରେ ଲେଖିଲା
ବୀରତ୍ୱର ଗାଥା
ପ୍ରତି ପର୍ବତ ଶିଖରେ
ଉଡ଼ିଲା ତ୍ରିରଙ୍ଗା ପତାକା ।
ଆସ ଆଜି ଏହି କର୍ଗିଲି
ବିଜୟ ଦିବସେ
ପ୍ରାଣବଳି ଦେବା ଭାରତ
ମାତାର ସକାଶେ ।
କାପୁରୁଷ ସାଜି ଘରେ
ବସି ନ ରହିବା
ବୀର ସୈନ୍ୟ ହେବା ପାଇଁ
ଶପଥ କରିବା ।
ଭାରତ ମାତାର ବୀର
ସନ୍ତାନଙ୍କ ଅର୍ଥେ
ଅଶ୍ରୁ ଶ୍ରଦ୍ଧାଞ୍ଜଳି ଦେବା
ଏକ ହୋଇଣ ସମସ୍ତେ ।
******🇮🇳🇮🇳*******
✍️ ମନସ୍ଵିନୀ ମିଶ୍ର
ରାଜକନିକା , କେନ୍ଦ୍ରାପଡ଼ା
No comments:
Post a Comment