** " କାର୍ଗିଲ ବିଜୟ ଦିବସ " **
ଉଣେଇଶ ଅନେଶତ ଯେ ମସିହା,
ମଇ ମାସଠାରୁ ପୁଣ ।
ଜୁଲାଇ ଛବିଶେ ହୋଇଲା ସଂପୂର୍ଣ୍ଣ,
କାରଗିଲ ଯୁଦ୍ଧ ଜାଣ ।।୧।।
ଜାମ୍ମୁ କାଶ୍ମୀରର କାର୍ଗିଲ ଜିଲ୍ଲାରେ,
ଲଢି ପାକିସ୍ତାନ ସହ ।
ଭାରତ ମାତା କି ଜୟ ଧୋନି ଗାଇ,
ଅପରେସନ ବିଜୟ ।।୨।।
ମାରିଛନ୍ତି ଲଢି କେତେ ଯେ ଶତୃଙ୍କୁ,
ନିଜ ଜୀବନକୁ ହାରି ।
ଚାଲିଛନ୍ତି ମାଡି ଆଗକୁ ଆଗକୁ,
ପଛଘୁଞ୍ଚା ସେ ନକରି ।।୩।।
ହୋଇଛନ୍ତି କେତେ ବୀର ଯେ ସହିଦ୍,
ହରାଇ ନିଜ ଜୀବନ ।
ରଖିଲେ ସେ ଟେକ ଭାରତ ମାତାର,
ନିଜକୁ କରି ସେ ଲୀନ ।।୪।।
ଲିଭିଗଲା କେତେ ମଥାରୁ ସିନ୍ଦୁର,
କିଏ ବେସାହାରା ହେଲା ।
ବୁଢା ବାପାମାଆ କହନ୍ତି ବାଉଳି,
ମୋ ଧନ କୁଆଡେ ଗଲା ।।୫।।
ଚାଲିଗଲା ଶହ ଶହ ଯେ ଜୀବନ,
ଛୁଟିଲା ରକତ ନଇ ।
କାନ୍ଦୁଥିଲେ କେତେ ବାହୁନି ବାହୁନି,
ବାପା ଦାଦା ଭାଇ ପାଇଁ ।।୬।।
ତାଙ୍କରି ଅମର ଆତ୍ମାକୁ ସୁମରି,
ଜୁଲାଇ ଛବିଶ ଦିନ ।
କାର୍ଗିଲ ବିଜୟ ଦିବସ ପାଳିବା,
ସେ ଚରଣେ ରଖି ମନ ।।୭।।
***
ପ୍ରତାପ ଚନ୍ଦ୍ର ପ୍ରଧାନ
ଆଳିପଡା, କଣାସ, ପୁରୀ, ୭୫୨୦୧୯
No comments:
Post a Comment