ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କାର୍ଗିଲ୍ ବିଜୟ ଦିବସ - ଡଃ ପଦ୍ମଲୋଚନ ରାଉତ , ମାଲକାନଗିରି

      :: କାର୍ଗିଲ  ବିଜୟ ଦିବସ :: 

କାନ୍ଦେ ମା' ମାଟି କାନ୍ଦୁଚି ଭାରତ 
    ଜନତା ଆଖିରେ ଲୁହ 
ଜାଗ୍ରତ ପ୍ରହରୀ ସୀମାନ୍ତେ ସଇନ 
   ପ୍ରାଣେ ଉଠେ ତାର କୋହ l  1

ଦେଶ ପାଇଁ ବୀର ହାରୁଛି ଜୀବନ 
    ମନେ ନାହିଁ ତାର ଭୟ 
ଶତ୍ରୁ ସଇନ   ରଣ ହୁଙ୍କାରେ 
    ଲଭି ନାହିଁ ପରାଜୟ  l  2

ଶତ ସିଂହର ପରାକ୍ରମେ ତାର 
    ବଇରୀ ଯାଇଛି ଡରି 
ଦୁର୍ଦ୍ଦଶ ବୀର ମାଟିର ଗୌରବ 
    ବଜାଇଛି ରଣ ତୂରୀ  l  3

ହାତରେ ତାହାର ବନ୍ଧୁକ କମାଣ
    ମୁଣ୍ଡରେ ବିଜୟ ଟୀକା 
ବିଚଳିତ ନୁହେଁ ଶତ୍ରୁ ଶୋଣିତେ 
   ମନେ ନାହିଁ ତାର ଦକା  l  4

ଭାରତ ମାତାର ବୀର ସନ୍ତାନ 
   ଗରବେ କରିଛି ପଣ 
ତା ପାଇଁ ଉଡୁଛି ତୀରଙ୍ଗା ପତାକା 
    ରଖି ଜାତି ସ୍ୱାଭିମାନ  l  5

ହସି ହସି ବୀର ହାରିଛି ଜୀବନ 
    ବଇରୀ ଯାଇଛି ଫେରି 
କିଏ ସେ କହିଲା ଦୁର୍ଦ୍ଦଶ ବୀର 
      ରଣେ ଯାଇଅଛି ମରି  ?  6

ରଣ କରି ବୀର ଜନନୀ କୋଳରେ 
     ଶାନ୍ତିରେ ଯାଇଛି ଶୋଇ 
ଦେଶ ପ୍ରେମ ଦୀପ ଜଳାଇ ସକଳେ 
     ଲଭି ଅଛି ମୃତ୍ୟୁଞ୍ଜୟୀ  l  7

ଶହୀଦ ମରେନି ତାର ମୃତ୍ୟୁ ନାହିଁ 
   ଅମର ତାହାର ଗାଥା 
ଦେଶର ସୁରକ୍ଷା ଲାଗି ପ୍ରାଣ ଦାନେ 
   (ତା)ପଦେ ନଇଁ ଯାଏ ମଥା l 8

 ଶହୀଦର ଲହୁ   ବିଜୟ ସିନ୍ଦୂର 
    କୋଟି ହୃଦୟର ଭାଷା 
ଶତ୍ରୁ ସଇନ ରଣ ଦୁନ୍ଦୁଭି 
   ଗତି ମୁକତିର ଆଶା  l  9

ଚିର ବନ୍ଦନୀୟ ଅମର ଶହୀଦ 
    ଉଡୁଛି ତୀରଙ୍ଗା ଧ୍ୱଜା 
ହିମାଳୟ ଠାରୁ କୁମାରୀକା ଯାଏ 
   ରାଷ୍ଟ୍ର କରେ ତାର ପୂଜା  l 10
                  **
ଡଃ ପଦ୍ମଲୋଚନ ରାଉତ 
     ଇଂରାଜୀ ଅଧ୍ୟାପକ, 
ଗୋପବନ୍ଧୁ ଡିଗ୍ରୀ କଲେଜ 
କାଲିମେଳା, ମାଲକାନଗିରି  l

No comments: