:: ବୃକ୍ଷ ମୋର ବନ୍ଧୁ ::
ଜନମରୁ ମରଣ ପର୍ଯ୍ୟନ୍ତ ଯିଏ
ଅନ୍ୟର ଖୁସି ପାଇଁ ଜୀବନ ଦିଏ
ପ୍ରକୃତ ବନ୍ଧୁ ନୁହେଁ କୃପାସିନ୍ଧୁ ସିଏ ll
ମାନବ ଠାରୁ ସର୍ବଦା ଉଚ୍ଚରେ
ସଦା ସର୍ବଦା ଅନ୍ୟ ସେବା ଶୁଶ୍ରୂଷାରେ
ନିଜକୁ ନିୟୋଜିତ କରେ ନିତ୍ୟରେ ll
ସବୁଜ ସୁନ୍ଦର ଶ୍ୟାମଳ ବୃକ୍ଷ ଅଟଇ
ଆହନିଶୀ ସେ ପର ସେବା କରଇ
ନିଜପାଇଁ ମନେ କିଛି ନଭାବଇ ll
ପବନ ଜଳର ସଂସ୍ପର୍ଶେ ଆସେ
ବୀଜ ମାଟିରେ ପଡିଲେ ଶୀଘ୍ର ବିକଶେ
ଜନ୍ମିତ ହୋଇଲେ ଜଗତ ହରଷେ ll
ସବୁଜ ଶ୍ୟାମଳ ରଙ୍ଗରେ ଆସେ
ଧରଣୀ ରାଣୀର ମନ ହରଷେ
ସବୁଜ ଶାଢ଼ୀରେ ଧରା ପରିଛେଦେ ll
ବାୟୁକୁ ଅମ୍ଳଜାନ ନିଇତି ତ୍ୟଜଇ
ସେ ଅମ୍ଳଜାନ ଜଗତେ ଅମୃତ ଅଟଇ
ଜୀବଜଗତ ହରଷେ ଅହନିଶି ସେବଇ ll
ମାନବେ କଳକାରଖାନୁ ବିଷ ତ୍ୟାଗନ୍ତି
ଜୀବଜଗତ ଅଙ୍ଗାରକାମଳ ନିତ୍ୟ ଛାଡ଼ନ୍ତି
ଅତି ଆଦରରେ ଗ୍ରହଣକରେ ସେ ନିତି ll
ସୁରୁଜ ଆଲୁଏ ଶ୍ୱେତସାର କରେ ରୋଷେଇ
ପାଚକ ଶାଳ ସବୁଜ ପତର ତାହାରି
ଜଗତକୁ ଦିଏ ଅହନିଶି ଆହାର ଭରି ll
ଆହାର ପାଚକେ ଜଳକୁ ଶୋଷି
ବଳକା ଜଳକୁ ବାୟୁକୁ ତେଜି
ଜଳଚକ୍ରର ମହାନାୟକ ବନିଛି ll
ପତ୍ର ଆଢୁଆଳେ ଶୀତଳ ଛାଇ
ନିଦାଘ ଗ୍ରୀଷ୍ମରେ ଆଶ୍ରୟ ନେଇ
ବାଟୋଇ ମନକୁ ତୋଷ କରଇ ll
ବିବିଧ ବର୍ଣ୍ଣର କୁସୁମ ଫୁଟେ
ଗିରୀକନ୍ଦରରୁ ବାସ ଚହଟେ
ଆବାଳ ବୃଦ୍ଧାଙ୍କ ମନକୁ ଲୋଟେ ll
କେତେ ଖଟାମିଠା ଫଳକୁ ସୃଷ୍ଟେ
ସକଳ ଜୀବଙ୍କ କ୍ଷୁଧା ଦୂରେ ସେ
ମନ୍ତ୍ରମୁଗ୍ଧରେ ସେ ଆତ୍ମା ସନ୍ତୋଷେ ll
ସବୁଜ ଶ୍ୟାମଳ ଗହଳ ବନେ
ପଶୁପକ୍ଷୀ ଗୀତନୃତ୍ୟ ଆବାଜେ
ନିଜକୁ ବିଚରା ମନରୁ ହଜେ ll
ନାନା ପକ୍ଷୀଗଣ ବସା ଡାଳେ ବାନ୍ଧନ୍ତି
କିଚିରି ମିଚିରି ଶଵଦେ ଭାରି ମଜନ୍ତି
ସୁଖ ଶରଧେ ମିଳିମିଶି ଦିନକଟାନ୍ତି ll
ସାଥିହୋଇ ନିତି ମାଟି କ୍ଷୟରୁ ରଖେ
ବରଷା ପବନକୁ ଖାତିର ନକରେ ସେ
ମୃତ୍ତିକାକୁ ଖତୀର ଯୋଗାଏ ହରଷେ ll
ପ୍ରକୃତି ଦାୟୁରୁ ମୃତ୍ତିକାରେ ହଜେ
ଅବଶେଷ ସବୁ କୋଇଲାରେ ରଚେ
ଜାଳେଣି ରୁପରେ କରମେ ଆସେ ll
ପତ୍ରଚେର ଠାରୁ ଫୁଲମୂଳ ପର୍ଯ୍ୟନ୍ତେ
ଔଷଧ ନାମରେ ଜଗତେ ପରିଚିତେ
ବିବିଧ ରୋଗକୁ ସମୂଳେ ନାଶେ ll
ଦାନୀ ନୁହେଁ ସିଏ ମହାଦାନୀ ଅଟଇ
ଜଗତ ବନ୍ଧୁ ନାମରେ ଖ୍ୟାତି ଅଟଇ
ସବୁଜ ସୁନ୍ଦର ଶ୍ୟାମଳ ବୃକ୍ଷ ଅଟଇ ll
ନାମ :କାମାକ୍ଷା ପ୍ରସାଦ ସାମଲ
ନୂଆ
ଠୋକର
ବାଲିମୀ
ହିନ୍ଦୋଳ
ଢେଙ୍କାନାଳ
ମୋବଇଲ :7735751752
No comments:
Post a Comment