: ସମ୍ପର୍କ:
'ସମ୍ପର୍କ' ର ଡୋରୀ ଲମ୍ବିଛି ଏପରି
ଜନମରୁ ମୃତ୍ୟୁ ଯାଏ,
'ସମ୍ପର୍କ 'ର ମାନେ ବୁଝି ଅଛି ଯିଏ
ମହତ ମଣିଷ ସିଏ।।
ନିଜ ସ୍ଵାର୍ଥ ପାଇଁ 'ସମ୍ପର୍କ 'ଗଢିଲେ
ହୁଏ ନାହିଁ ଚିରସ୍ଥାୟୀ,
ବାଲି ଘର କରି ଖେଳିଲେ ସେ ଘରେ
ହୋଇଥାଏ କ୍ଷଣସ୍ଥାୟୀ।।
ଭକତ 'ସମ୍ପର୍କ' ଭଗବାନ ଠାରେ
ପୁତ୍ରେ ଜନନୀ 'ସମ୍ପର୍କ ',
ତଟିନୀ 'ସମ୍ପର୍କ 'ମହୋଦଧି ଠାରେ
ମେଘେ ଚାତକ 'ସମ୍ପର୍କ '।।
ଚାନ୍ଦ ର 'ସମ୍ପର୍କ 'କମଳିନୀ ଠାରେ
କମଳେ 'ସମ୍ପର୍କ' ରବି ,
ଆକାଶ 'ସମ୍ପର୍କ 'ଧରଣୀ ସଙ୍ଗତେ
ପରସ୍ପରେ ଥାନ୍ତି ଲାଖି ।।
ଉତ୍ତମ ଜନରେ 'ସମ୍ପର୍କ' ଗଢିଲେ
କିଣି ନିଅଇ ପରାଣ,
ସେହିପରି ତୁମ୍ଭ ସହିତେ 'ସମ୍ପର୍କ'
ରଖିବାକୁ ମୋର ମନ ।।
ଆହେ ସାହିତ୍ୟ ଜୀବନ
ତୁମ୍ଭ ପାଶେ ଦେଲି ମନ ।।
ବିଜୟ କୁମାର ସ୍ୱାଇଁ
ସା:- ପ୍ରଧାନ ପଡା
କଟକ
No comments:
Post a Comment