ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - ପ୍ରଜ୍ଞାଲିନ ସାହୁ , ଜଗତସିଂହପୁର

  ##ସମ୍ପର୍କ##

=========
ସମ୍ପର୍କ ଏକ ସେତୁବନ୍ଧ
ପ୍ରୀତି ଆଉ ବିଶ୍ୱାସର
ସେଇ ବିଶ୍ୱାସକୁ ପାଥେୟ କରି
ବାନରସେନା ଗଢ଼ିଥିଲେ
ଶ୍ରୀଲଙ୍କା ଯିବାକୁ ପଥରରେ ପଥ ||
ସମ୍ପର୍କ ହୃଦୟର ସ୍ପନ୍ଦନ
ନ କହିବା ପୂର୍ବରୁ ବୁଝି ଯାଉଥିବ ମନ
ବୁଝି ଅର୍ଜୁନଙ୍କ ମନ କଥା
ବୁଝାଇଥିଲ ତୁମେ ସଖା
ମହାଭାରତ ଯୁଦ୍ଧ ତାର୍ପଯ୍ୟର କଣ ଅର୍ଥ ||
ସମ୍ପର୍କରେ ନ ଥାଏ ଅହଂ ରୋଷ
ଥାଏ ଖାଲି ମାନ ଅଭିମାନ
ଥିଲେ ସଖା ସୁଦାମର କୃଷ୍ଣ 
ବୁଝି ସମ୍ପର୍କର  ତତ୍ୱ
ରଖିଥିଲେ ତାଙ୍କର ମାନ ମହତ
ସାଥେ ଖାଇ ଖୁଦ ଚାଉଳର ଭଜା
ଦୁନିଆକୁ ବୁଝାଇ ଦେଲେ
ସମ୍ପର୍କରେ  ନ ଥାଏ ଅହଂ ଭାବ ||
ସମ୍ପର୍କ ହୁଏନି  ପ୍ରତିଷ୍ଠିତ
ଯଦି ମନରେ ରଖିବ ସ୍ୱାର୍ଥ
ଆଉ କିଛି ପାଇବାର ଲାଳସା
ଅଟେ ଏହା ଅସ୍ଵାର୍ଥ ମିଳନର ଡୋରି
ଯେପରି କର୍ଣ୍ଣ ଜାଣିଥିଲେ
ଅଟନ୍ତି ସେ କୁନ୍ତୀଙ୍କ ବଡ଼ ପୁତ୍ର
ଯାହାଙ୍କୁ ମିଳିବ ରାଜପଦର ଆସନ 
ଦୁର୍ଯ୍ୟୋଧନଙ୍କର ହେବ ପରାସ୍ତ
ନିଜର ଜୀବନ ହେବ ଵି  ନିଧନ
ତଥାପି ଧର୍ମ ବନ୍ଧୁତ୍ବ ସମ୍ପର୍କର ମାନ ବୁଝି
ନିଜ ସ୍ୱାର୍ଥର ଲାଳସାକୁ
ହୁଦୟେ ଦେଇ ନ ଥିଲେ ପ୍ରଶୟ  ||

ତେଣୁ କଥାରେ ଅଛି
ସମ୍ପର୍କ ଯେ  କି ଜୀବନ
ଅର୍ଥଟି ବଡ଼ ଜଟିଳ
ଯାହାକୁ ଗଢିବା ବର୍ଷ ବର୍ଷ ଲାଗେ
କିନ୍ତୁ ଥରେ ଛିଡିଗଲେ
ତାକୁ ଯୋଡ଼ିବା ବହୁ କଷ୍ଟକର||
=====******=====
ପ୍ରଜ୍ଞାଲିନ ସାହୁ
ଜଗତସିଂହପୁର 

No comments: