ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - ତାମର ଦିନବନ୍ଧୁ , ଗଞ୍ଜାମ

     ::: ସମ୍ପର୍କ :::

ଅନେକ ସମ୍ପର୍କ ବାନ୍ଧିଲି ଜୀବନେ
     ମନ କା ପାଖେ ରହେନା
ଏମିତି ସମ୍ପର୍କ ପାଇଲି ଆଜି ମୁଁ
      ପାଖରୁ ଦୂରେଇ ଯାଏନା।

ମନର ବେଦନା ଜୀବନ ଯନ୍ତ୍ରଣା
     ହୋଇ ରହିଲା କାହାଣୀ
କେମିତି କେଜାଣି ବଖାଣି ବସିଲି
         ଭାବି ଜମା ମୁଁ ପାରୁନି।

ସାହିତ୍ୟ ଜୀବନ ସାହିତ୍ୟ ଆସର
ଯାଆ ପାଖରେ ସମ୍ପର୍କ ଅଛି
      ସେହିଁହି ଜାଣିଛି ସମ୍ପର୍କ ଅଟେଇ।

ନୁହେଁ ସେ କାହାଣୀ ନୁହେଁ ସେ ସପନ
      ସତ ହୋଇ ରହିଗଲା
ଅତୀତର ସେହି ମିଠା ମିଠା ସ୍ମୃତି
      ମୁଖ ମୋ ବଖାଣି ଥିଲା।

ଅତୀତ ମୋହର ବର୍ତ୍ତମାନ ସାଥେ
      ବନ୍ଧୁଟିଏ ସମ୍ପର୍କର ବାନ୍ଧି ଦେଲା
ନୀରବ ନିସ୍ତବ୍ଧ ରଜନୀ ରାଣୀ ଯେ
     ସାକ୍ଷୀ ସେ ଦିନ ରହିଲା।

ମୁଦିତ ନୟନ ସମ୍ପର୍କରେ ମିଳନ
     ସରି ସରି ଯାଏ ରାତି
କାହାଣୀରୁ ମନ ହୋଇଲା ମିଳନ
      ଦେହରେ ଉଠିଲା ତାତି।

ରଜନୀ ପାହିଲା କାହାଣୀ ରହିଲା
        ରହିଥିବ ସବୁ ଦିନ
ବନ୍ଧୁର ସମ୍ପର୍କରେ ସୁଖ ଦୁଃଖ ବାର୍ତ୍ତା
        ହେଉଥିବ ଉଦ୍ଭାବନ।

ସମ୍ପର୍କ ଟିକିଏ ପାଇବାକୁ ସତେ
          କେତେ ଲାଳାୟିତ ମନ
ଦାନ ଧର୍ମ ଟିକେ କରିବାକୁ ହେଲେ
            ହୋଇଯାଏ ସିଏ ଦୀନ।

  କେବେ ରହେ ହୃଦୟରେ
ଖରା ଛାଇ ଆଉ ସୁଖ ଦୁଃଖ ସହ
ସମ୍ପକ ରହି ଥାଏ ସେ ସାଥିରେ।

ବାଲ୍ୟାବସ୍ତା ଠାରୁ ବୃଦ୍ଧାବସ୍ତା ଯାଏ
     ସବୁରି ମନରେ ରହେ ସମ୍ପର୍କ
ଏମିତି ସମ୍ପର୍କ ବାନ୍ଧିଲି ମୁହିଁ ଦିନ କଟୁ କଟୁ ଗଲା।

ସମ୍ପର୍କ ମାନେ ନୁହେଁ
   ଭଲ ପାଇ ଠକି ଦେବା।
ଜୀବନ ମାନେ ଜୀବନ୍ତ ଭଲ ପାଇବା।

ସମ୍ପର୍କର ମାନେ ନୁହେଁ
    ଅନ୍ୟକୁ ଅପମାନିତ କରିବା
ସମ୍ପର୍କ ମାନେ ଭାଙ୍ଗିଲେ ବି ଗଡ଼ିଦେବା।

ସମ୍ପକର ମାନେ ନୁହେଁ ଗୋଲାପ ସେଜରେ ଶୋଇବା।
ସମ୍ପର୍କର ମାନେ
ଗୋଲାପ ପାଇଁ କଣ୍ଟାର ଆଘାତ ସହିବା।

:::::::::::::::::::::*ସମାପ୍ତ*::::::::::::::::::
*✍🏻ତାମର ଦିନବନ୍ଧୁ*
*ଗଞ୍ଜାମ / ଓଡିଶା*
*ଫୋନ - ୯୭୭୬୬୭୩୨୦୦*

No comments: