:: ବୃକ୍ଷ ମୋର ବନ୍ଧୁ ::
ପ୍ରାଣୀ ଜଗତର ମୂଳର କାରଣ
ବୃକ୍ଷ ଅଟେ ମୂଲ୍ୟବାନ
ବୃକ୍ଷ ଅଟେ ସିନା ସାଥୀ ଜୀବନର
ଅମ୍ଳଜାନ ଦିଏ ପ୍ରତିଦିନ ।।
କିବା ବର୍ଷା ଶୀତ ଖରା ଟାଣ
ପକ୍ଷୀ ବସିକରେ ଗୁଞ୍ଜରଣ
ବୃକ୍ଷ ଠାରୁ ମିଳେ ଫୁଲ ଫଳ ଆଦି
ଦେଇଥାଏ ଘରୋଇ ଉପକରଣ ।।
ଘରର ସାଜସଜ୍ଜା ତା ବକ୍ଷ ଚିରି
ଚୁଲିର ଜାଳେଣି ଦିଏ ମରି ମରି ।।
ସବୁଠି ଆଦର ପାଏ ସେ ରୋଗୀର ଦାନା
ରୋଗୀକୁ ଆରୋଗ୍ୟ କରେ ପାଇ ଜାତନା ।
ଭୟଙ୍କର ମହାମାରୀ ହୁଏ ସିନା ଦୂର
ଜୀବନେ ସୁଝି ହେବନି ତା ଉପକାର ।
ଫୁଲ ଫଳ ପତ୍ର ବକଳମାନ
ଚେର ମୂଳ ଡାଳ ଓୌଷଧ ଗୁଣ ।
ଏନ୍ତୁଡ଼ିଶାଳରୁ ଶ୍ମଶାନ ଯାଏ
ପାଖେ ପାଖେ ରହିଥାଏ
ବନ୍ଧୁତା ତା ସହ ଏପରି ନିବିଡ଼
ତା ବିନା ଯେ ମୃତ୍ୟୁ ହୁଏ ।।
ତା ଦେହରେ ଭଗବାନ ବିରାଜିତ
ବଟ, ପିପ୍ପଳ,ଲିମ୍ବ ଜଗତେ ପ୍ଲାବିତ ।
ବୃକ୍ଷର ଆଦର ଆଉ ମାନ ସନମାନ
ପାଳନ କଲେ ହୋଇବ ମହା ପୁଣ୍ଯକାମ ।
ବିଶ୍ବଜିତା ବରାଳ (ଆଚାର୍ଯ୍ଯା)
କୋଣାର୍କ,ପୁରୀ
No comments:
Post a Comment