★★★( କାର୍ଗିଲ୍ ବିଜୟ ଦିବସ )★★★
କଠିନ ପରୀକ୍ଷା ମୃତ୍ୟୁକୁ ମାତ ଦେଇ
ହୃଦୟେ ଭାରତ ମାତା କି ଜୟ
ଜୀବନ କରି ସମର୍ପଣ
କେବଳ ଗୋଟିଏ ଲକ୍ଷ୍ୟ
ଅପରେସନ ବିଜୟ
ହୃଦୟେ ଭାରତ ମାତା କି ଜୟ ।।
ମାୟାରେ ସାଜିଛି ପାକ୍ ରଣ କୌଶଳ
ବିଶ୍ୱାସଘାତକ କରି ପ୍ରୟାସ
ଜାଣିଲେ ସିପାହୀର ବଳ
ମାଟିରେ ହୋଇଲେ ଲୀନ
କେବଳ ଗୋଟିଏ ଲକ୍ଷ୍ୟ
ଅପରେସନ ବିଜୟ
ହୃଦୟେ ଭାରତ ମାତା କି ଜୟ ।।
କାଶ୍ମୀରକୁ ପାଇବା ଆଶାରେ ଆସଇ
ଆମରି ନିର୍ଦୋଷକୁ ହତ୍ୟା କରି
ଅସହ୍ୟ ହୋଇଛି ପ୍ରକୃତି
ଯେସନେ ଦାନବ କୃତି
କେବଳ ଗୋଟିଏ ଲକ୍ଷ୍ୟ
ଅପରେସନ ବିଜୟ
ହୃଦୟେ ଭାରତ ମାତା କି ଜୟ ।।
ଭାଙ୍ଗିଛି ମଙ୍ଗଳସୂତ୍ର ଓ କାଚଚୁଡ଼ି
ଆଶା ମରିଛି ପୁଣି ବୃଦ୍ଧ ମାଁ ର
ତଥାପି ହୃଦେ ଦେଶଭକ୍ତି
ଭୁଲିଛନ୍ତି ସ୍ୱାମୀ, ପୁତ୍ର
କେବଳ ଗୋଟିଏ ଲକ୍ଷ୍ୟ
ଅପରେସନ ବିଜୟ
ହୃଦୟେ ଭାରତ ମାତା କି ଜୟ ।।
ପ୍ରିୟାର ଅପେକ୍ଷା ଅପେକ୍ଷାରେ ରହିଲା
ବନ୍ଧୁ ବାନ୍ଧବଙ୍କ ସଂଗ ଛାଡ଼ିଲା
ବନ୍ଧୁକ ମୁନରେ ଜୀବନ
ଶତ୍ରୁକୁ କରେ ନିପାତ
କେବଳ ଗୋଟିଏ ଲକ୍ଷ୍ୟ
ଅପରେସନ ବିଜୟ
ହୃଦୟେ ଭାରତ ମାତା କି ଜୟ ।।
ଭଉଣୀ ବାନ୍ଧିଦିଏ ବିଜୟର ରାକ୍ଷୀ
ପୁଅ ଝିଅ ହସି ଦିଏ ବିଦାୟ
ଦେଶକର୍ମ ସାରି ଫେରିବେ
ହେବ ଦେଶେ ଜୟଗାନ
କେବଳ ଗୋଟିଏ ଲକ୍ଷ୍ୟ
ଅପରେସନ ବିଜୟ
ହୃଦୟେ ଭାରତ ମାତା କି ଜୟ ।।
ଦେଶଜାତିର ହିତେ ଜଳାଞ୍ଜଳି ଦେଇ
ବିଜୟ ପଥେ ଅଗ୍ରସର ହୋଇ
ତ୍ରିରଙ୍ଗା ଉଡେ ଫର ଫର
ସ୍ୱାଧୀନତା ବାର୍ତ୍ତା ଦେଇ
କେବଳ ଗୋଟିଏ ଲକ୍ଷ୍ୟ
ଅପରେସନ ବିଜୟ
ହୃଦୟେ ଭାରତ ମାତା କି ଜୟ ।।
ଆଜି ମନେ ପଡେ ସେ ଦିନର ଚିତ୍ରଣ
ଶରୀରେ ଭରିଛି ଅପାର ଶକ୍ତି
କ୍ରୋଧ ହେଉଛି ଅଣାୟତ୍ତ
ଧରିବାକୁ ଅସ୍ତ୍ର ଶସ୍ତ୍ର
କେବଳ ଗୋଟିଏ ଲକ୍ଷ୍ୟ
ଅପରେସନ ବିଜୟ
ହୃଦୟେ ଭାରତ ମାତା କି ଜୟ ।।
ବିଜୟ ଦିବସେ ଗର୍ଜିଉଠୁଛି ଦେଶ
କାରଗିଲ ଜୟର ଶଙ୍ଖ ଧ୍ବନି
ସହସ୍ର ପ୍ରଣାମ ଘେନ ହେ
ଭାରତ ମାଟିର ବୀର
କେବଳ ଗୋଟିଏ ଲକ୍ଷ୍ୟ
ଅପରେସନ ବିଜୟ
ହୃଦୟେ ଭାରତ ମାତା କି ଜୟ ।।
ଆଶିଷ କୁମାର ବାରିକ
ସିହିନୀ, ବେଳପଡା, ବଲାଙ୍ଗୀର
9938330874 / 9438051786
No comments:
Post a Comment