ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ବିକ୍ରମ ପରିଡା , ଗଞ୍ଜାମ

   :: ମୋ ଜନ୍ମଭୂମି ::
ଯାହାକୋଳେ ମୁହିଁ ଜନମ ହୋଇଲି
       ସେହି ଅଟେ ମୋର ମା
ଯାହାକୋଳେ ମୋର ଶୁନ୍ୟତା ପୂର୍ଣ୍ଣ
       ସେହି ଜନ୍ମଭୂମି ମା।  ।୧।

କରିନାହୁଁ ଉଣା ତୋର ସ୍ନେହେ ଶ୍ରଦ୍ଧା
        ପିଲାଟି ଦିନରୁ ତୁହି
ତୁହି ମୋର ମା ତୁହି ମୋର ପିତା
    ତୁହି ମୋ ଜନମ ଭୂଇଁ । ।୨।

ସିଖେଇଲୁ ମା ବୁଦ୍ଧି ଆଉ ଜ୍ଞାନ
         ଜଗତେ ଜିତିବା ପାଇଁ
ଜଗତ ରେ ନିଶ୍ଚେ ତତେ ଜିତେଇବି
         ତୁହି ମୋ ଜନମ ଭୂଇଁ । ।୩।

ଅଛି ତୋର ନାମ ଏବିଶ୍ୱ ଜଗତେ
               ଶ୍ରେଷ୍ଠ ଉଚ୍ଚାସନେ ରହି
ତୁହି ମୋ ଭାରତ ତୁହି ମୋ ଉତ୍କଳ
          ତୁହି ମୋ ଜନମ ଭୂଇଁ।  ।୪।

ଧର୍ମ ଧର୍ମ ମଧ୍ୟେ ନକରି ବିଦ୍ବେଷ
             ରହିବୁ ତୋହରି ପାସେ
ଯେକରିନି ପର ନିକଟୁ ତାହାର
         ସେହି ମୋ ଜନମ ଭୂଇଁ ।୫।

ବିଜ୍ଞାନ ପ୍ରଯୁକ୍ତିବିଦ୍ୟାରେ ମା ତୁହି
                ରହିଛୁ ବିଶ୍ୱରେ ଶ୍ରେଷ୍ଠ
ଏ ପୁନ୍ୟ ସାଗର ପାଦ ଧୂଏ ଯାର
          ସେହି ମୋ ଜନମ ଭୂଇଁ। ।୬।

ହିମାଳୟ ଗିରି ମୁକୁଟ ଯାହାର
           ସେହି ମୋ ଭାରତ ଭୂଇଁ
ବିଭିନ୍ନତା ମଧ୍ୟେ ଏକତା ଯାହାର
         ସେହି ମୋ ଜନମ ଭୂଇଁ।  ।୭।

କୋଣାର୍କ ଯାହା ଶିଳ୍ପୀ ଗୁଣ ଗାଏ
              ସେହି ମୋ ଉତ୍କଳ ଭୂଇଁ
ବାରମାସେ ଯାର ତେର ଓଷା ହୁଏ
          ସେହି ମୋ ଜନମ ଭୂଇଁ। ।୮।

ଧର୍ମ, ଜାତି ଭେଦ ନଖୋଜିବୁ ଆମ୍ଭେ
              ମୋ ମାଟି ଭାରତ ପାଇଁ
ବାନ୍ଧିଛି ଯେ ଯିଏ ଏକତା ସୂତ୍ରରେ
          ସେହି ମୋ ଜନମ ଭୂଇଁ। ।୯।

-
ନାମ- ବିକ୍ରମ ପରିଡା
ଠିକଣା- ଖଲ୍ଲିକୋଟ, ଗଞ୍ଜାମ ,ଓଡ଼ିଶା
ମୋ- 9114985865, 7077742792

No comments: