:: ଜନ୍ମଭୂମି ::
ତୁ ଅଟୁ ଆମର ଜନମ ଭୂମି
ତୋହରି ପାଦରେ ସଦା ପ୍ରଣମି।
ଗଛଲତା ସବୁ ତୋର ଦେହର
ଯୋଗାଇ ଥାଆନ୍ତି ମତେ ଆହାର।
ତୋ ବକ୍ଷ ର ଜଳ କୁ ପାନ କରି
ଅଜର ଅମର ଦେହ ମୋହରି।
କି ସୁନ୍ଦର ଦିଶେ ତୋ ର ବଦନ
ତାଳ ବନ ସାଥେ ଆମ୍ର କାନନ।
ତୋ ଶରୀରେ ଯେତେ ଗୁଲୁମ ଥାଏ
ମୋର ପାଇଁ ମହୌଷଧି ସେ ହୁଏ।
ତୋ ର ଉପବନେ ସୁନ୍ଦର ଫୁଲ
କରୁଥାଏ ମୋର ଚିତ୍ତ ପ୍ରଫୁଲ୍ଲ।
ତୋ ଗଛ ଲତାର ଅମୃତ ଫଳ
ଦେଇଥାଏ ମୋତେ ଶକ୍ତି ଓ ବଳ।
ତୋ ନଈ କୂଳିଆ ମୃଦୁ ମଳୟ
ବୁଲି ଯିବା ପାଇଁ କରେ ଅଥୟ।
ତୋ ବିଲ ପ୍ରାନ୍ତରେ ଉଡ଼ାଇ ଗୁଡି
ସାଙ୍ଗ ସାଥି ମେଳେ ଯାଏ ମୁଁ ଜଡି।
ତୋ ଗାଈ ମେଳ ର ବଂଶୀ ସ୍ୱନକୁ
କାନ ଡେରି ନିତି ଶୁଣଇ ତାକୁ।
ତୁହି ଅଟୁ ପରା ମାଆ ସମାନ
ତୋ ପାଇଁ ଦେବି ମୁଁ ମୋର ଜୀବନ
--------------#####---------------
ବୈଷ୍ଣବ ଚରଣ ଦାଶ
ବୀର ଧନଞ୍ଜୟ ପୁର ଶାସନ
ବୁଗୁଡ଼ା ଗଞ୍ଜାମ
ମୋ-୯୭୭୬୫୩୪୯୩୦
No comments:
Post a Comment