****ସମ୍ପର୍କ****
ଗୋଟିଏ ମଣିଷକୁ ଆଉ ଗୋଟିଏ ମଣିଷ ସହ ବାନ୍ଧି ରଖିଥିବା ଡୋରୀ ଟିଏ।
ହୃଦୟ ର ଭାବ ବୁଝିପାରୁ ଥିବା ଆତ୍ମା ଟିଏ।
ହୋଇପାରେ ସିଏ ମା'ର ମମତା
ଅତୁଳନୀୟ ଆଜୀବନ ବନ୍ଧନ ଟିଏ।
ଅବା ଭାଇଭଉଣୀ ଙ୍କ ରାଗରୁଷା
ଅଭିମାନ ଭରା ସେହ୍ନ ସିଏ।
ଜହ୍ନ ଓ କଇଁର ଦୂରତାର ସେତୁ ବନ୍ଧଟିଏ
ପୁଣି ହୋଇପାରେ
କୃଷ୍ଣ ସୁଦାମା ଙ୍କଭଳି ମିତ୍ରତା ଟିଏ
ସେ ଈର୍ଷା ଅହଂକାର ନଥିବା
ସ୍ବଚ୍ଛ ବସ୍ତୁଟିଏ।
କହିବାକୁ ଗଲେ ସମ୍ପକ ଏକ
ଅଦୃଶ୍ୟ ମ୍ୟାଜିକ ଚୁମ୍ବକଟିଏ।
ଯାହା ହୃଦୟ କୁ ହୃଦୟ ସହ ଯୋଡ଼ି
ରଖିଥିବା ମଜବୁତ ବନ୍ଧନ ଟିଏ।
ସରସ୍ଵତୀ ସାଲିମା
ସମ୍ବଲପୁର
No comments:
Post a Comment