ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - ହରିଶ୍ଚନ୍ଦ୍ର ହେମ୍ବ୍ରମ୍ , ମୟୁରଭଞ୍ଜ


        ::ସମ୍ପର୍କ ::
----------------------------------
ସମ୍ପର୍କ ନୁହେଁ ଏକ ଗଙ୍ଗଶିଉଳି
                  ମଉଳିବ ପ୍ରଭାତରେ ।
ସମ୍ପର୍କ ନୁହେଁ ଏକ ବାଲିଘର
         ଭାଙ୍ଗିଯିବ ସାଗର ଢେଉରେ ।
ସମ୍ପର୍କ ନୁହେଁ ଏକ ଋତୁ ବସନ୍ତ
          ସରିଯିବ ମାସ କେଇଟାରେ ।
ସମ୍ପର୍କ ନୁହେଁ ଏକ ତାସ୍ ଘର
            ଗଡି ଯିବ ମୃଦୁ ପବନରେ ।
ସମ୍ପର୍କ ନୁହେଁ ଏକ ଗୋଲାପ ଫୁଲ
  ସରିଯିବ ବାସ୍ନା ଦିନ କେଇ ଟାରେ ।
ସମ୍ପର୍କ ନୁହେଁ ଏକ ମାଟିପିତୁଳା
          ନଷ୍ଟ ହେଇଯିବ ଆଘାତରେ ।
ସମ୍ପର୍କ ନୁହେଁ ଏକ ଶିତୁଆ ରଜନୀ
           ସରିଯିବ ଘଡି କେଇଟାରେ ।
ସମ୍ପର୍କ ନୁହେଁ ଏକ ଅମାବାସ୍ୟା ରାତି
             ହଜିଯିବ ପୂର୍ଣ୍ଣିମା ତିଥିରେ ।
ସମ୍ପର୍କ ନୁହେଁ ଏକ ଭସା ବାଦଲ
            ମିଳେଇ ଯିବ ଆକାଶରେ ।
ସମ୍ପର୍କ ନୁହେଁ ଏକ ଲାଜକୁଳି ଲତା
               ଝାଉଁଳିବ ଟିକି ସ୍ପର୍ଶରେ ।
ସମ୍ପର୍କ ସେତ ଚିରନ୍ତନ ଚିର ଅମର
            ରହିଥିବ ସଦା ଜୀବନରେ ।
ସମ୍ପର୍କ ସେତ ମନର ମିଳନ
  ରହିଥିବ ଯୁଗେ ଯୁଗେ ପୃଥିବୀରେ ।
              (ସମାପ୍ତ)
କବି :- ହରିଶ୍ଚନ୍ଦ୍ର ହେମ୍ବ୍ରମ୍ (ଶିକ୍ଷକ)
ସା:- ଡିଙ୍ଗିରା
ପୋ:- ବର୍ତ୍ତନା
ଭାୟା :- ବେତନଟୀ
ଜିଲ୍ଲା :- ମୟୂରଭଞ୍ଜ
ପିନ୍ :-୭୫୭୦୨୫
ଭ୍ରାମ୍ୟଭାଷ :- ୭୦୦୮୫୪୮୩୩୭

No comments: