ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ହରିହର ଭୂକ୍ତା , ଅନୁଗୁଳ

                " ବୃକ୍ଷ ମୋର ବନ୍ଧୁ "

      ବୃକ୍ଷ ବନ୍ଧୁ ବୋଲି       କହିବାକୁ ମୁହିଁ
                 କୁଣ୍ଠାବୋଧ କରୁନାହିଁ
       ବନ୍ଧୁ ସେ ବୋଲାଇ     ବିପଦ ସମୟେ
                 ପାଖରେ ଯେ' ଥାଏ ରହି      ।

       ଅନାଦି କାଳରୁ         ବୃକ୍ଷକୁ ବନ୍ଧୁର
                ସ୍ଥlନ ହୋଇଅଛି ପ୍ରାପ୍ତ
       ମୋ ପୂର୍ବ ପୁରୁଷ       ରୋପଣ କରିଲେ
                 ଏବେ ବୃକ୍ଷ ବଂଶ ଲୁପ୍ତ      ।

       କଳ କାରଖାନା       ସୌଧ ଗଢା ହୁଏ
                  ଅରଣ୍ୟକୁ କରି ଧ୍ବସଂ
        ବଢି ବଢି ଯାଏ         ଅଙ୍ଗାରକାମଳ
                  ପ୍ରାଣୀ ବଂଶ ହେବ ନାଶ   ।

         ଅମ୍ଳଜାନ ବୃକ୍ଷ        ଦେଉଛି ଆମକୁ
                   ଅଙ୍ଗାରକାମ୍ଳ ଶୋଷି ନିଏ
          ପ୍ରାଣୀଙ୍କ ଜୀବନ    ଅମ୍ଳଜାନ ପରା
                    ପ୍ରଶ୍ବାସ କ୍ରିୟାଟି ସିଏ      ।

        ଭୋକିଲା ପେଟକୁ         ଆହାର ଦେଉଛି
                  ରୋଗୀକୁ ଦେଉଛି ପଥି
         ମୁଣ୍ଡ ପରେ ଛାତ        ରୋଷେଇର ଜାଳ
                   ବାଟୋଇର ପ୍ରିୟ ସାଥୀ      ।

         ମାଟି ସଂରକ୍ଷଣ        ବୃକ୍ଷ ଯୋଗୁଁ ହୁଏ
                   ମୌସୁମୀ ବରଷା ହୁଏ
          ବୃକ୍ଷ ନାହିଁ ବୋଲି      ତାପମାତ୍ରା ବୃଦ୍ଧି
                     ଅଦିନରେ ବନ୍ୟା ହୁଏ     ।

           ନିଦାଘ ସମୟେ          ବାଟୋଇର ସାଥୀ
                     ବିହଙ୍ଗର ବାସସ୍ଥାନ
           କିଚିରି ମିଚିରି            ସବଦେ କମ୍ପଇ
                    ଆନନ୍ଦିତ ପ୍ରାଣୀ ମନ     ।

           ଆପଣାର ବନ୍ଧୁ          ଭାଇ ସହଦୋର
                      ଏତେ ସାହାର୍ଯ୍ୟ କି' କରେ
           ପ୍ରତିଟି ବୃକ୍ଷରେ       ଔଷଧୀୟ  ଗୁଣ
                     ଅଛି ଚରକ ବିଦ୍ୟାରେ      ।

           ମିଳିମିଶି ଆସ          ଏକ ହୋଇ ଆମେ
                        ବୃକ୍ଷ ଚାରା ଲଗାଇବା
           ବୃକ୍ଷ ପରି ବନ୍ଧୁ         ଜଗତରେ ନାହିଁ
                       ତାର ଗୁଣ ଗାଉଥିବା      ।

         ଅନା ବନା ଯେତେ         ଅନାବାଦୀ ଜମି
                       ଧରା ପୃଷ୍ଠ ପରେ ଅଛି
         ସବୁଠାରେ ଆମେ        ବୃକ୍ଷ ଲଗାଇବା
                      ବୃକ୍ଷ ବନ୍ଧୁ ମୁ କହୁଛି    ।

       ହରିହର ଭୂକ୍ତା , ତାଳଚେର,ଅନୁଗୋଳ
        ଦୂରାଭାଷନଂ-୮୯୧୭୬୩୬୪୨୨

No comments: